ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଦୁଇ ବିଜେପି ନେତାଙ୍କୁ ନୋଟିସ ଜାରି କରିଛି ପୋଲିସ। ଛତ୍ରପୁର ଥାନାରେ ହାଜର ହେବାକୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଜାରି କରାଯାଇଛି। ଯାହାକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ରହିଛି।

ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର। ସେ କହିଛନ୍ତି,”ଏଯାବତ ସେମିତି କୌଣସି ନୋଟିସ ପାଇନାହିଁ। ପୋଲିସ ବହୁ ଦିନରୁ ଚାର୍ଜସିଟ୍‌ କରିଛି, ପୂର୍ବରୁ କେବେ ବି ମୋତେ ଡାକିନି। ଏବେ ମୋ ନାଁ ନିଆଯାଇଥିବା ନେଇ ମୁଁ ଆଶ୍ଚର୍ଯ୍ୟ ଓ ଚକିତ। ରାଜ୍ୟସରକାର ପ୍ରତିଶୋଧପରାୟଣ ହୋଇ ପୋଲିସକୁ ଲଗାଉଛନ୍ତି। ମୁଁ ଓ ମୋ ପରିବାର ଆଇନକୁ ସମ୍ମାନ ଦେଉ, ସତ୍ୟ ସାମ୍ନାକୁ ଆସିବ।”

ଏହା ସହିତ ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି,”ରାଜ୍ୟସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଏମିତି କରୁଛନ୍ତି। ଗୋଲକ ମହାପାତ୍ରଙ୍କୁ ପୂର୍ବରୁ ଛତ୍ରପୁର ପୋଲିସ ତଦନ୍ତ ପାଇଁ ନୋଟିସ କରିଥିଲେ। ସେ ସେତେବେଳେ ପୋଲିସକୁ ସହଯୋଗ କରିଥିଲେ।”

Comment