ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ ବଲିଉଡରେ ଦେଖିବାକୁ ମିଳିବ ସୁପର ଡୁପର ଫିଲ୍ମ। ଯାହା କୌଣସି ଏକ ସିନେମାର ସିକ୍ୱେଲ। ଜାଣନ୍ତୁ ସେହି ଫିଲ୍ମ ବିଷୟରେ…

ଟୋଟାଲ ଧମାଲ

ପ୍ରଥମେ ଧମାଲ ଫିଲ୍ମ ରିଲିଜ୍‌ ହୋଇଥିଲା। ତା’ପରେ ଡବଲ୍ ଧମାଲ୍ ଏବେ ରିଲିଜ୍ ହେଉଛି ଏହାର ସିକ୍ୱେଲ ‘ଟୋଟାଲ୍ ଧମାଲ୍’। ଏହି ଫିଲ୍ମରେ ଅନୀଲ କପୁର, ମାଧୁରୀ ଦୀକ୍ଷିତ, ଅଜୟ ଦେବଗନ୍ ଓ ରିତେଶ ଦେଶମୁଖ ପ୍ରମୁଖ ଅଛନ୍ତି ମେନ୍‌ ଲିଡ୍‌ରେ। ଏହା ଫେବ୍ରୁଆରି ୨୨ରେ ରିଲିଜ୍ ହେବ ବୋଲି ଜଣାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର। ଏହା ଏକ ସୁପର କମେଡ଼ି ଫିଲ୍ମ।

ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨

ଜଣାଶୁଣା ନିର୍ମାତା କରଣ ଜୋହରଙ୍କ ସୁପରହିଟ୍ ଫିଲ୍ମ ‘ ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ୨୦୧୧ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଆଜିର ୟଙ୍ଗଷ୍ଟାର ବରୁଣ ଧୱନ୍, ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିଆ ଭଟ୍ଟ।

୨୦୧୯ ମେ’ ୧୦ ତାରିଖରେ ରିଲିଜ୍ ହେବ ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ର ସିକ୍ୱେଲ ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨’। ଏଥିରେ ହିରୋ ଭାବେ ନଜର ଆସିବେ ଟାଇଗର ଶ୍ରଫ୍। ହେଲେ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ଦୁଇ ଜଣ ନବାଗତା। ସେମାନଙ୍କ ଭିତରୁ ଜଣେ ହେଲେ ଅନନ୍ୟା ପାଣ୍ଡେ ଓ ଆଉ ଜଣକ ହେଲେ ତାରା ସୁତରିୟା। ପୁନିତ୍ ମାଲହୋତ୍ରା ଏହାର ନିର୍ଦ୍ଦେଶକ।

ହାଉସଫୁଲ୍-୪

ଖ୍ୟାତନାମା ନିର୍ମାତା ସାଜିଦ୍‌ ନାଡିଆଡୱାଲ ତାଙ୍କର ସୁପରହିଟ୍ ଫ୍ରାଞ୍ଚାଇଜ୍ ‘ହାଉସଫୁଲ୍’ର ଲାଟେଷ୍ଟ୍ ସିକ୍ୱେଲ ହେଲା ‘ହାଉସଫୁଲ୍-୪’ ଏଥିରେ ଅକ୍ଷୟ କୁମାର, କ୍ରିତି ସାନନ୍, ବବି ଦେଓଲ୍, ଋତେଶ ଦେଶମୁଖ, ପୂଜା ହେଗଡେ ପ୍ରମୁଖ ଭୂମିକାରେ ଅଛନ୍ତି। ଏହା ବାହୁବଳୀ ଷ୍ଟାଇଲର ଫିଲ୍ମ ବୋଲି କୁହାଯାଉଛି। ‘ହାଉସଫୁଲ୍-୪’ ଚଳିତବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

ଏବିସିଡି-୩

‘ଏବିସିଡି-୩’ ‘ଏବିସିଡି-୨’ର ସିକ୍ୱେଲ। ‘ଏବିସିଡି-୩’ ୨୦୧୯ରେ ରିଲିଜ୍‌ ହେବାକୁ ଯାଉଛି। ଏହାର ରିଲିଜ୍ ତାରିଖ ନଭେମ୍ବର ୮କୁ ଧାର୍ଯ୍ୟ ହୋଇଛି। ଏହାକୁ ‘ଏବିସିଡି-୨’ ଅପେକ୍ଷା ଅଧିକ ଭବ୍ୟ କରାଯାଉଥିବା ଜଣାଯାଇଛି। ଡ୍ୟାନ୍ସ ଉପରେ ଆଧାରିତ ଏହି ସିନେମାରେ ପୁଣି ଥରେ ଦର୍ଶକ ବରୁଣ ଧୱନଙ୍କୁ ହିରୋ ଭାବେ ଦେଖିବାକୁ ପାଇବେ। ପୂର୍ବଭଳି ରେମୋ ଡିସୁଜା ଏହି ସିକ୍ୱେଲ ଫିଲ୍ମର ବି ନିର୍ଦ୍ଦେଶନା ଦେଉଛନ୍ତି।

ସଡକ୍-୨

‘ସଡକ୍-୨’ ପ୍ରାୟ ୨୮ ବର୍ଷ ତଳେ (୧୯୯୧) ରିଲିଜ୍‌ ହୋଇଥିଲା ଜଣାଶୁଣା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସୁପରହିଟ୍ ମୁଭି ‘ସଡ଼କ୍’। ଏହାର ସିକ୍ୱେଲ ‘ସଡକ-୨’ ୨୦୧୯ ନଭେମ୍ବର ୧୫ରେ ରିଲିଜ୍‌ ହେବ ବୋଲି ଘୋଷଣା କରିଛି ପ୍ରଯୋଜନା ସଂସ୍ଥା।

ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଦିତ୍ୟ ରୟ କପୁର ଓ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଛନ୍ତି। ‘ସଡ଼କ-୨’ ଜରିଆରେ ମହେଶ ଭଟ୍ଟ ନିର୍ଦ୍ଦେଶନା କ୍ଷେତ୍ରକୁ ଫେରିଛନ୍ତି।

Comment