ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦାରେ ମିଶନ ଶକ୍ତି ମହାସମାବେଶରେ ୪ଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାରିପଦା ଗସ୍ତ କରିଛନ୍ତି। ବାରିବଦାରେ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ୧୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ବାରିପଦା ପାଇଁ ୪ ଟି ବଡ଼ ଘୋଷଣା କରିଛନ୍ତି।

  • ଛଉ ନୃତ୍ୟ ଉପରେ ଅଧିକ ଗବେଷଣା ପାଇଁ କେନ୍ଦ୍ର ପ୍ରତିଷ୍ଠା ହେବ
  • ବନ୍ୟାରୁ ରକ୍ଷା ପାଇବା ପାଇଁ ବାରିପଦାରେ ରିଙ୍ଗ ରୋଡ୍‌ ନିର୍ମାଣ ହେବ
  • ମୟୂରଭଞ୍ଜ ଆୟୁର୍ବେଦିକ କଲେଜ ସରକାରୀ ହେବ
  • ବାରିପଦାରେ କୋ-ଅପରେଟିଭ୍ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ ହେବ

ଏଥିପାଇଁ ରାଜ୍ୟ ସରକାର ଟଙ୍କା ଯୋଗାଇ ଦେବେ। ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ। ଉଦ୍‌ବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

Comment