ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ରେମୁଣା ମହୋତ୍ସବ ବେଳେ ମଙ୍ଗଳବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ରେମୁଣା ମହୋତ୍ସବର ସାଇକେଲ୍‌ ଷ୍ଟାଣ୍ଡ ନିକଟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି। ଏହାସହ ଏକାଧିକ ଗାଡ଼ି ଭଙ୍ଗାରୁଜା ମଧ୍ୟ ହୋଇଛି।

ଆହତ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି ପୋଲିସ। ହେଲେ ଉତ୍ତେଜନା ଲାଗି ରହିବାରୁ ମହୋତ୍ସବ କମିଟି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମହୋତ୍ସବରେ ଲାଗି ରହିଥିବା ସମସ୍ତ ଦୋକାନ ସମେତ ରେମୁଣା ବଜାର ବନ୍ଦ କରାଯାଇଥିଲା। ଏହାପରେ ଅଧିକ ଉତ୍ତେଜନା ଲାଗି ରହିବାରୁ ୪ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ କରାଯାଇଛି। ତୀବ୍ର ଉତ୍ତେଜନା ଯୋଗୁଁ ବୁଧବାର ମଧ୍ୟ ରେମୁଣା ବଜାର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comment