ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଚିଟ୍‌ଫଣ୍ଡ ଲିଙ୍କରେ ଶାସକ ବିଜୁ ଜନତା ଦଳର ବିଧାୟକଙ୍କୁ ସିବିଆଇ ନୋଟିସ କରିବା ପରେ ରାଜନୈତିକ ମହଲରେ ହଟଚମଟ ଆରମ୍ଭ ହୋଇଯାଇଛି। ବିଜେପି ଓ କଂଗ୍ରେସ ଏ ନେଇ ପ୍ରତିକ୍ରିୟା ରଖୁଛନ୍ତି।

ବୁଧବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ସନ୍ଦେହ ସୃଷ୍ଟି କରିଛନ୍ତି। ନିରଞ୍ଜନ କହିଛନ୍ତି,”ନିର୍ବାଚନ ଆସିବା ଆଗରୁ ଏମିତି ହୋଇଥାଏ। ସିବିଆଇ ଏବେ ଯାହା କଲା ତାହା ବହୁ ଆଗରୁ କରିବାର ଥିଲା।”

ପୂର୍ବରୁ ମଧ୍ୟ ଏଟି ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା। ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ନବଦିଗନ୍ତ ଚିଟଫଣ୍ଡ ମାମଲାରେ ସିବିଆଇ ଗିରଫ କରିଥିବା ବେଳେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସି-ସୋର୍ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିଲେ।

Comment