ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ଏନଟିପିସି ବିଭିନ୍ନ ସ୍ଥାନରେ ନୂଆ ନୂଆ ପ୍ରକଳ୍ପ ହାତକୁ ନେଇଛି। ଏହା ମଧ୍ୟରେ ରହିଛି ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ (ଟିଏସଟିପିଏସ), ବୋଙ୍ଗାଇଗାଁଓ ଟିପିପି ପ୍ରୋଜେକ୍ଟ ଏବଂ ଦର୍ଲିପାଲ୍ଲୀ ଏସଟିପି ପ୍ରକଳ୍ପ।

ଏହି ପ୍ରକଳ୍ପ ମାଧ୍ୟମରେ ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଉପରେ ଜୋର ଦିଆଯାଉଥିବା ଏନଟିପିସି ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଏନଟିପିସି ପୂର୍ବ କ୍ଷେତ୍ର ମୁଖ୍ୟାଳୟ – ୨ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏମ୍‌ ପି ସିହ୍ନା ଯୋଗଦେଇ କହିଥିଲେ ଯେ ଓଡ଼ିଶାରେ ୧୦ ପ୍ରତିଶତ ପୁଞ୍ଜି ନିବେଶ କରୁଛି ଏନଟିପିସି । ଏହାସହ ସାମାଜିକ ଅଙ୍ଗୀକାର ବଦ୍ଧତା ପାଇଁ ସହିତ ଓଡ଼ିଶାର ବିକାଶ ପାଇଁ କମ୍ପାନି ଅନେକ ପଦକ୍ଷେପ ନେଇଛି।

ସମାଜ ମଙ୍ଗଳ କ୍ଷେତ୍ରରେ କମ୍ପାନିର ଭାଗିଦାରୀ ସମ୍ପର୍କରେ ସୂଚନା ଦେଇଥିଲେ ଶ୍ରୀ ସିହ୍ନା। ସେ କହିଥିଲେ ଯେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ଅତି କମ୍ ଦରରେ ବିଜୁଳି ଯୋଗାଇ ଦିଆଯିବ। ସେହିପରି  କର୍ପୋରେଟ ସାମାଜିକ ଦାୟିତ୍ୱ, ପରିବେଶ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଯୋଜନାମାନ ରଖାଯାଇଛି।

Comment