ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’।

ମହାପ୍ରଭୁଙ୍କ ନୀତି ବିଳମ୍ବ ହେଲେ ସେବାୟତଙ୍କୁ ଦଣ୍ଡ- ନିଷ୍ପତ୍ତିକୁ ଏକତରଫା କହିଲେ ଗରାବଡୁ ନିଯୋଗ

ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେଲେ ସେବାୟତଙ୍କୁ ଦଣ୍ଡିତ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ସେବାୟତଙ୍କୁ ସତର୍କ କରିଛି। ଗତ ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସିବିଆଇ ଉପରେ ସନ୍ଦେହ ପ୍ରକାଶ କଲେ ନିରଞ୍ଜନ

ଚିଟ୍‌ଫଣ୍ଡ ଲିଙ୍କରେ ଶାସକ ବିଜୁ ଜନତା ଦଳର ବିଧାୟକଙ୍କୁ ସିବିଆଇ ନୋଟିସ କରିବା ପରେ ରାଜନୈତିକ ମହଲରେ ହଟଚମଟ ଆରମ୍ଭ ହୋଇଯାଇଛି। ବିଜେପି ଓ କଂଗ୍ରେସ ଏ ନେଇ ପ୍ରତିକ୍ରିୟା ରଖୁଛନ୍ତି।

କାଳିଆ ଯୋଜନାରେ ୫ ଲକ୍ଷ ଭୂମିହୀନ ହେବେ ଉପକୃତ

ଚାଷୀମାନଙ୍କ କଲ୍ୟାଣ ଓ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରୁ କୌଣସି ହିତାଧିକାରୀ ବାଦ୍‌ ପଡ଼ିବେ ନାହିଁ। ଯୋଜନାର ଅବଧି ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ।

ସିବିଆଇ ପଞ୍ଜୁରୀ ଭିତରେ ଶାରୀ – ସମୀର ଦାଶ

ଛତ୍ରପୁରର ପୂର୍ବତନ କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଛତ୍ରପୁର ପୋଲିସ ବିଜେପିର ଦୁଇ ନେତାଙ୍କୁ ନୋଟିସ୍‌ ଜାରି କରିଛି। ଛତ୍ରପୁର ଥାନାରେ ହାଜର ହେବାକୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍‌ ଜାରି କରିଛି।

ସ୍ୱାଧୀକାର କମିଟିରୁ କେଭିଙ୍କ ଇସ୍ତଫା

ବୁଧବାର ବିଧାନସଭାର ସ୍ୱାଧିକାର କମିଟିରୁ ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଇସ୍ତଫା ଦେଇଛନ୍ତି। ମିଡିଆ ମହିଳା ଉଦ୍ୟୋଗୀ ଜଗି ମଙ୍ଗତ ପଣ୍ଡାଙ୍କୁ ସମନ ପ୍ରତିବାଦରେ କେଭି ନଜ ଇସ୍ତଫା ଦେଇଛନ୍ତି।

ରାଜ୍ୟସରକାର ପ୍ରତିଶୋଧ ପରାୟଣ ହୋଇ ପୋଲିସକୁ ଲଗାଉଛନ୍ତି: ଭୃଗୁ

ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଦୁଇ ବିଜେପି ନେତାଙ୍କୁ ନୋଟିସ ଜାରି କରିଛି ପୋଲିସ। ଛତ୍ରପୁର ଥାନାରେ ହାଜର ହେବାକୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଜାରି କରାଯାଇଛି। ଯାହାକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ରହିଛି।

ଅନଶନରେ ଆନ୍ନା- ଲୋକପାଳ ନିଯୁକ୍ତି ନେଇ କେନ୍ଦ୍ରକୁ ଟାର୍ଗେଟ

ଗାନ୍ଧିବାଦୀ ନେତା ତଥା ସମାଜ ସେବୀ ଆନ୍ନା ହଜାରେ ପୁଣିଥରେ ଆନ୍ଦୋଳନରେ ବସିଛନ୍ତି। ବୁଧବାର ଆନ୍ନା ମହାରାଷ୍ଟ୍ରରେ ନିଜ ଗାଁ ରାଲେଗାଓଁ ସିଦ୍ଧିରେ ଅନଶନରେ ବସିଛନ୍ତି।

ସ୍ୱାଇନ୍‌ ଫ୍ଲ୍ୟୁ ଆଶଙ୍କାରୁ ନିଜକୁ ଦୂରେଇ ରଖନ୍ତୁ

ସ୍ୱାଇନ୍‌ ଫ୍ଲ୍ୟୁ ଏକ ଭୂତାଣୁ ଜନିତ ରୋଗ। ଏହା ଇନ୍‌ଫ୍ଲ୍ୟୁଏଞ୍ଜା  (ଏଚ୍୧ଏନ୍୧ ଭାଇରସ୍) ଦ୍ଵାରା ବ୍ୟାପିଥାଏ। ବିଶେଷକରି ଥଣ୍ଡା ଓ ବର୍ଷା ଦିନରେ ଏହାର ପ୍ରଭାବ ଅଧିକ ଥାଏ। ତେବେ ସ୍ୱାଇନ୍‌ ଫ୍ଲ୍ୟୁରୁ ନିଜକୁ ଦୂରେଇ ରଖିବା ଲାଗି କିଛି ପଦକ୍ଷେପ ଆପଣାନ୍ତୁ।

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାରିପଦା ଗସ୍ତ କରିଛନ୍ତି। ବାରିବଦାରେ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ୧୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ବାରିପଦା ପାଇଁ ୪ ଟି ବଡ଼ ଘୋଷଣା କରିଛନ୍ତି।

Comment