ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ବର୍ଷରେ ଅନନ୍ୟ ପରମ୍ପରା ରହିଛି। ଠିକ୍ ସେହିପରି ଅଦ୍ୱିତୀୟ କୀର୍ତ୍ତିରାଜୀ ସହ ବିରଳ ମନ୍ଦିରର ଅଭାବ ନାହିଁ। ବିଶେଷକରି ଦକ୍ଷିଣ ଭାରତରେ ଥିବା ମନ୍ଦିରଗୁଡ଼ିକର ନିର୍ମାଣ ଶୈଳୀ ଏବଂ ପୂଜା ପଦ୍ଧତି ଭିନ୍ନ ହେବା ସହ ଅଦ୍ଭୁତ ଅଟେ।

ତାମିଲନାଡୁର ବେଲୁପୁରମ ଜିଲ୍ଲାରେ ପ୍ରସିଦ୍ଧ ବର୍ନା ମୁଥୁ ମରିୟମ୍ମନ ମନ୍ଦିର ରହିଛି। ଏହି ମନ୍ଦିରରେ ପ୍ରତିବର୍ଷ ୮ ଦିନ ସ୍ୱତନ୍ତ୍ର ପୂଜା ହୋଇଥାଏ। ମନ୍ଦିରରେ ଲାଲ ଲଙ୍କାଗୁଣ୍ଡରେ ଅଭିଷେକ ହୋଇଥାଏ। ମନ୍ଦିର ପରମ୍ପରା ଅନୁସାରେ ତିନି ଜଣ ବରିଷ୍ଠ ଲୋକ ହାତରେ ବଳା ଧାରଣ କରି ଦିନସାରା ଉପବାସ ରହିବେ। ଲଣ୍ଡା ହେବା କର୍ମ ସରିବା ପରେ ବ୍ରାହ୍ମଣମାନେ ଦେବତାଙ୍କ ଭଳି ପୂଜା ସ୍ଥାନରେ ବସି ଥାନ୍ତି।  ପ୍ରଥମେ ତାଙ୍କୁ ଚନ୍ଦନ, ଫୁଲ ସହିତ ବିଭିନ୍ନ ସାମଗ୍ରୀଗୁଡ଼ିକୁ ମିଶାଇ ଅଭିଷେକ କରାଯାଏ। ଏହାପରେ ଲଙ୍କା ଗୁଣ୍ଡରେ ଅଭିଷେକ କରାଯାଏ।

ତିନି ଜଣଙ୍କୁ ଲଙ୍କାର ପ୍ରଲେପ ଦିଆଯିବା ପରେ ସ୍ନାନ କରାଯାଏ। ଏହାପୂର୍ବରୁ ସେମାନଙ୍କୁ ଲଙ୍କାଗୁଣ୍ଡ ଖାଇବାକୁ ଦିଆଯାଇଥାଏ। ପରେପରେ ନିମ ଜଳରେ ସ୍ନାନ କରାଇ ମନ୍ଦିର ଭିତରକୁ ନିଆଯାଏ, ସେଠାରେ ଜଳନ୍ତା ଅଙ୍ଗାରରେ ସେମାନେ ଚାଲିଥାନ୍ତି।

ଏହି ପରମ୍ପରା ପାଖାପାଖି ୮୫ ବର୍ଷ ଧରି ଚାଲି ଆସୁଥିବା କୁହାଯାଉଛି। ୧୯୩୦ ମସିହାରେ ହରିଶ୍ରୀନିବାସଙ୍କୁ ସ୍ୱଂୟ ଭଗବାନ ଦର୍ଶନ ଦେଇ ଲୋକଙ୍କୁ ରୋଗମୁକ୍ତ ରହିବା ପାଇଁ ଏହି ପରମ୍ପରା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ ଏହି ପରମ୍ପରା ଚାଲି ଆସୁଅଛି।

Comment