ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଚକଲେଟ୍ ହିରୋ ହେଲେ ଅଭିଷେକ ରଥ। ତାଙ୍କର ସ୍କ୍ରିନ୍ ନେମ୍ ହେଲା ଅଭିଷେକ। ସେ ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ତଥା ଦିଲୀପ ଦାଶଙ୍କ ପ୍ରଯୋଜିତ ଫିଲ୍ମ ‘ଏସିପି ସାଗରିକା’ ଜରିଆରେ ଓଲିଉଡ୍‌ ଡେବ୍ୟୁ କରିଥିଲେ। ଏଥିରେ ପ୍ରକୃତି ମିଶ୍ରଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ।

ଏହା ପରେ ଅଭିଷେକ ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘କେହି ନୁହେଁ କାହାର’ରେ ନଜର ଆସିଥିଲେ। ଏଥିରେ ଏଲିନାଙ୍କ ବିପକ୍ଷରେ ନାୟକ ବନିଥିଲେ ଅଭିଷେକ। ତା’ପରେ ପରେ ଅଭିଷେକ ରୀୟା ଦେଙ୍କ ସହ ‘ଚୁପ୍‌ଚୁପ୍‌ ଚୋରି ଚୋରି’ରେ ଅଭିନୟ କରିଥିଲେ।

ଅଭିଷେକ ରୀୟା ଓ ଅନୁଭାଙ୍କ ପରି ନାୟିକାଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି।

Comment