ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ ୱାଲେଟ କମ୍ପାନି ପେଟିଏମ୍‌ ଘରୋଇ ସ୍ତରରେ ହୋଟେଲ ସେବା ଆରମ୍ଭ କରିଛି। ଏହାର ପରିଚାଳନା ବୃଦ୍ଧି ପାଇଁ ପେଟିଏମ୍‌ ୫୦୦ କୋଟି ଟଙ୍କାର ନିବେଶ କରିବ। ଏଥିପାଇଁ ପେଟିଏମ୍‌ ବିଭିନ୍ନ ବଜେଟ, ବିଭିନ୍ନ ଶ୍ରେଣୀର ୫ ହଜାରରୁ ଅଧିକ ହୋଟେଲ ସହ ଏଗ୍ରୀମେଣ୍ଟ୍‌ କରିଛି। ଏଥିରେ ଗ୍ରାହକ ପ୍ରତିଦିନ ଆଧାରରେ ୫୦ ହଜାର ରୁମ୍‌ର ସୁବିଧା ପାଇପାରିବେ। ଏନେଇ କମ୍ପାନି ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛି।

ପେଟିଏମ୍‌ ବ୍ରାଣ୍ଡକୁ ୱାନ୍‌୯୭ କମ୍ୟୁନିକେସନ ପରିଚାଳନା କରୁଛି। ଏହାର ମୁଖ୍ୟ କୋଷାଧ୍ୟକ୍ଷ ମଧୁର ଦେୱଡା କହିଛନ୍ତି, “ପେଟିଏମ୍‌ର ଯାତ୍ରା କାରବାରରେ ରେଳ, ବସ ଓ ବିମାନ ବୁକିଂ ସେବା ପରେ ବର୍ତ୍ତମାନ ଘରୋଇ ହୋଟେଲ ବୁକିଂ ସେବା ଆରମ୍ଭ କରିଛି। ଏହା ଦ୍ୱାରା ଗ୍ରାହକମାନେ ସାରା ଦେଶରେ ଯାତ୍ରା ତଥା ହୋଟେଲ ବୁକିଂରେ ସହାୟକ ହେବ।”

ହୋଟେଲ ବୁକିଂ ସେବାର ପରିଚାଳନା ବୃଦ୍ଧି ଓ ବିଜ୍ଞାପନ ବିସ୍ତାର ପାଇଁ ପେଟିଏମ୍‌ କମ୍ପାନି ୫୦୦ କୋଟି ଟଙ୍କାର ନିବେଶ କରିବାର ଘୋଷଣା କରିଛି। ୨୦୨୦ ମଧ୍ୟରେ ଏହି ସେବା ଜରିଆରେ ୨୦ ଲକ୍ଷରୁ ଅଧିକ ହୋଟେଲ ଓ ରହଣି ସ୍ଥଳରେ ଏହାକୁ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ରଖିଛି ପେଟିଏମ୍‌।

Comment