ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଶୁକ୍ରବାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ନିର୍ବାଚନ ପୂର୍ବରୁ ଏହି ଶେଷ ବଜେଟ୍ ମୋଦି ସରକାରଙ୍କ ପାଇଁ ସଞ୍ଜିବନୀ ପାଲଟିବ କି ବିଷ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି ସରକାର ଆଣିବାକୁ ଥିବା ବଜେଟରେ କାହାର ହୃଦୟ ଜିଣିବେ ଆଉ କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

କୁହାଯାଉଛି ବଜେଟରେ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କୁ ଧ୍ୟାନରେ ରଖି ବଡ଼ ଘୋଷଣା କରିପାରନ୍ତି ମୋଦି ସରକାର। ସୂତ୍ର ଅନୁସାରେ ଆୟକର ଛାଡ଼ ସୀମା ବୃଦ୍ଧି, ଗରିବଙ୍କ ପାଇଁ ସର୍ବନିମ୍ନ ଆୟ ଯୋଜନାର ଘୋଷଣା କରିପାରନ୍ତି।  

ବଜେଟରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି ମୋଦି ସରକାର। ଏହାସହିତ ଆୟକର ଛାଡ଼ ସୀମା ବୃଦ୍ଧି କରିପାରନ୍ତି ସରକାର। ବର୍ତ୍ତମାନ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ୁନାହିଁ।  ମିଳିଥିବା ସୂତ୍ର ଅନୁସାରେ ସରକାର ଏହି ସୀମାକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି।  ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକେ ୫ ପ୍ରତିଶତ ଟିକସ ଦେଉଛନ୍ତି। ସେହିପରି ୫ ଲକ୍ଷରୁ ୧୦ ଲକ୍ଷ ଯାଏ ୨୦ ପ୍ରତିଶତ, ୧୦ରୁ ୨୦ ଲକ୍ଷ ଆୟ କରୁଥିବା ଲୋକେ ୩୦ ପ୍ରତିଶତ ଟିକସ ଦେଉଛନ୍ତି।   ଟିକସ ସ୍ଲାବରେ ପରିବର୍ତ୍ତନ ପାଇଁ ଚାରିଆଡୁ ଦାବି ହେଉଥିବାରୁ ଏଥିରେ ବଡ଼ଧରଣର ଘୋଷଣା ସମ୍ଭାବନା ରହିଛି।

ବଜେଟରେ ପେସନଧାରୀଙ୍କ ପାଇଁ କିଛି ଘୋଷଣା କରିପାରନ୍ତି ମୋଦି ସରକାର। ମଧ୍ୟବିତ୍ତ ଶ୍ରେଣୀ ଏବଂ ପେନସନଧାରୀଙ୍କ ପାଇଁ ଟିକସ ଛାଡ଼ ସମ୍ଭାବନା ଥିବା ସୂତ୍ରରୁ ଜଣାପଡ଼ିଛି। ସେହିପରି ଗୃହ ଋଣ ଉପରେ ସୁଧ ହାର କାଟ କରିବା ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି।

Comment