ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୋଷଣା ହେଲା ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନ ଫଳାଫଳ। ନିର୍ବାଚନରେ ଦଇତାପତି ନିଯୋଗର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ରବୀନ୍ଦ୍ର ଦାସ ମହାପାତ୍ର। ସେହିପରି ସୂର୍ଯ୍ୟ ନାରାୟଣ ସ୍ୱାଇଁ ମହାପାତ୍ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିଯୋଗର ସ୍ଥାୟୀ ସଭାପତି ନବ କିଶୋର ପତିମହାପାତ୍ର ଏନେଇ ଏକ ନୋଟିସ ଜରିଆରେ ସୂଚନା ଦେଇଛନ୍ତି।

ଦୁର୍ଗା ପ୍ରସାଦ ଦାସ ମହାପାତ୍ର ଦଇତାପତି ନିଯୋଗର ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଅମିତ ଦାସ ମହାପାତ୍ର ସହସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଚନ୍ଦ୍ର ଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଗତ ଜାନୁଆରି ୨୮ରେ ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ହୋଇଥିଲା

Comment