ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ। ମିଡିଆ ରିପୋର୍ଟ ଅନୁସାରେ ଏଥର ରେଳ ବଜେଟ ଲାଗି ୭୦୦୦୦ରୁ ୭୫୦୦କୋଟି ଘୋଷଣା କରାଯାଇପାରେ। ୨୦୧୮ରେ ରେଳ ବଜେଟ ଲାଗି ସରକାର ୫,୫୦୦୦କୋଟି ଟଙ୍କା ଘୋଷଣା କରିଥିଲେ।

ଜାଣନ୍ତୁ ଏଥରର ରେଳ ବଜେଟରେ ସରକାର କେଉଁ ଦିଗକୁ ଅଧିକ ଗୁରୁତ୍ୱ ଦେଇପାରନ୍ତି?

ଟ୍ରେନର ସ୍ପିଡ୍ ବଢ଼ାଇବା ଉପରେ ଗୁରୁତ୍ୱ
ରେଳ ବଜେଟରେ ଏଥର ସରକାର ହାଇସ୍ପିଡ୍‌ ଓ ସେମି ହାଇସ୍ପିଡ୍‌ ଟ୍ରେନ ପାଇଁ କିଛି ବଡ଼ ଘୋଷଣା କରିପାରନ୍ତି। ଏହାଛଡ଼ା ମେଲ ଓ ଏକ୍ସପ୍ରେସ ଟ୍ରେନର ସ୍ପିଡ୍‌ ବଢ଼ାଇବା ଲାଗି ମଧ୍ୟ କିଛି ଘୋଷଣା କରାଯାଇପାରେ। ଗତ ବଜେଟରେ ଟ୍ରେନର ସର୍ବନିମ୍ନ ଗତି ବଢାଇବା ଲାଗି ସରକାର ଘୋଷଣା କରିପାରନ୍ତି।

ଟ୍ରେନ୍ଲାଇନରେ ବିଦ୍ୟୁତକରଣ ଉପରେ ଦିଆଯିବ ଗୁରୁତ୍ୱ!

ଟ୍ରେନ ଲାଇନର ଆଧୁନିକୀକରଣ ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ରୁଟ୍‌ରେ ବିଦ୍ୟୁତକରଣ କାମ ଚାଲିଛି। ଏହି କାମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ମୋଦି ସରକାର ଅଧିକ ଅର୍ଥ ବ୍ୟୟବରାଦ କରିପାରନ୍ତି। ଏନେଇ ବଜେଟରେ ସରକାର ଏ ନେଇ କିଛି ବଡ଼ ଘୋଷଣା କରିପାରନ୍ତି।

ଷ୍ଟେସନରେ ୱାଇଫାଇ ଓ ସିସିଟିଭି ଲଗାଇବା ଉପରେ ଦିଆଯାଇପାରେ ଗୁରୁତ୍ୱ

ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ଲାଗି ଦେଶର ବିଭିନ୍ନ ପ୍ରମୁଖ ଷ୍ଟେସନରେ ୱାଇଫାଇ ବ୍ୟବସ୍ଥା ସହ ସିସିଟିଭି ଲଗାଇବା ନେଇ ଘୋଷଣା କରିପାରନ୍ତି ସରକାର। ଏହାଛଡା କିଛି ପ୍ରମୁଖ ଷ୍ଟେସନରେ ଲିଫ୍ଟ, ଏକ୍ସିଲେଟର, ଦିବ୍ୟାଙ୍ଗଙ୍କ ସହଜ ଓ ସୁବିଧାରେ ଯାତ୍ରା ଲାଗି କିଛି ଘୋଷଣା କରାଯାଇପାରେ।

ବନ୍ଦେମାତରମ୍‌ ଏକ୍ସପ୍ରେସକୁ ଟ୍ରେନ୍‌-୧୮\ତେଜସ ଏକ୍ସପ୍ରେସ ଟ୍ରେନ ସହ ମିଶାଯାଇପାରେ

ଟ୍ରେନ ୧୮କୁ ଅଧିକରୁ ଅଧିକ ଷ୍ଟେସନରେ ଚଳାଇବା ଲାଗି ଘୋଷଣା ହୋଇପାରେ। ଏହି ଟ୍ରେନର ନୂଆ ନାଁ ବନ୍ଦେ ଭାରତ ଏକ୍ସପ୍ରେସ ରଖାଯାଇଛି।

ଷ୍ଟେସନ ଓ ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷା ଉପରେ ଫୋକସ୍

ଏଥରର ବଜେଟରେ ଟ୍ରେନ ଓ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ଲାଗି କିଛି ବଡ ଘୋଷଣା କରିପାରନ୍ତି ସରକାର। ତେବେ ବିଗତ ବର୍ଷ ମାନଙ୍କରେ ବି ସରକାର ଏହା ଉପରେ ଗୁରୁତ୍ୱ ଦେଇଛନ୍ତି।

Comment