ଓଡ଼ିଶାଲାଇଭ୍ ବ୍ୟୁରୋ

୫ଲକ୍ଷ ଯାଏଁ ଟ୍ୟାକ୍ସ ଛାଡ କଲେ ସରକାର।

ଆର୍ଥିକ ବର୍ଷ ୨୦୧୯-୨୦ ଲାଗି ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ। ବଜେଟରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା। ୫ଲକ୍ଷ ଯାଏଁ ଟ୍ୟାକ୍ସ ଛାଡ କଲେ ସରକାର। ଏହା ମାଧ୍ୟମରେ କରଦାତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି ମୋଦି ସରକାର।

ତେବେ ଟିକସ କ୍ଷେତ୍ରରେ ବଡ ରିହାତି, ୩କୋଟି ବେତନଭୋଗୀ ଏହା ମାଧ୍ୟମରେ ଲାଭ ପାଇପାରିବେ। ପିଏଫ ବିମା କରିଥିଲେ ୬.୫ ଲକ୍ଷ ଯାଏଁ ଟିକସ ଛାଡ। ବ୍ୟାଙ୍କ, ପୋଷ୍ଟ ଅଫିସ୍‌ ଜମାରେ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଟିକସ ଛାଡ କଲେ କେନ୍ଦ୍ର ସରକାର।

ବାର୍ଷିକ ୨ଲକ୍ଷ ୪୦ହଜାର ଆୟ ଉପରେ ଟିଡିଏସ ଦେବାକୁ ପଡିବ ନାହିଁ। ଷ୍ଟାଣ୍ଡାଡ ଡିଡକ୍ସନ ୪୦ହଜାରରୁ ୫୦ହଜାରକୁ ବୃଦ୍ଧି କରାଯାଇଛି। ଫିକ୍ସଡ ଡିପୋଜିଟ୍‌ ସୁଧ ଉପରେ ୪୦ହଜାର ଟଙ୍କା ପର୍ଯ୍ୟନ୍ତ କର ଛାଡ କଲେ ଅର୍ଥମନ୍ତ୍ରୀ।

Comment