ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଆଇ ନୋଟିସ୍‌ ପରେ ଖୁବଶୀଘ୍ର ସିବିଆଇରେ ହାଜର ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଅରୁଣ ସାହୁ।

ବିଜୁ ଜନତା ଦଳର ଦୁଇ ଆଗ ଧାଡ଼ିର ନେତା ତଥା ଅରୁଣ ସାହୁ ଓ ଅତନୁସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ୍‌ ପରେ ଅରୁଣ ସାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ଖୁବଶୀଘ୍ର ସିବିଆଇରେ ହାଜର ହେବେ ବୋଲି ଅରୁଣ ସାହୁ ସୂଚନା ଦେଇଛନ୍ତି।

“ସିବିଆଇରେ ହାଜର ହୋଇ ପ୍ରଶ୍ନର ଉତ୍ତର ଦେବି। କ’ଣ ପାଇଁ ମୋତେ ଡାକଯାଇଛି ଜାଣିବା ପାଇଁ ଆପଣମାନଙ୍କ ଭଳି ମୋ ମନରେ ବି ଉତ୍କଣ୍ଠା ରହିଛି। ସାଢ଼େ ଚାରି ବର୍ଷ ପରେ ମୋତେ ସିବିଆଇ ନିକଟରୁ ନୋଟିସ୍‌ ଆସିଛି।”, ପ୍ରତିକ୍ରିୟା ରଖିଛନ୍ତି ଅରୁଣ ସାହୁ।

ଗତ ଦୁଇଦିନ ତଳେ ଉଭୟଙ୍କୁ ସିବିଆଇରେ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ନୋଟିସ କରାଯାଇଥିବା ଜାତୀୟ ଖବର ସରବରାହ ସଂସ୍ଥା (ଏ.ଏନ.ଆଇ.) ପକ୍ଷରୁ ଜଣାପଡ଼ିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାକୁ ଲାଗିଥିଲା।

ଜଣେ ନେତାଙ୍କୁ ଗତ ୨୮ ତାରିଖରେ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା। ହେଲେ ସେ ହାଜର ହୋଇ ନଥିଲେ। ଆଉ ଜଣେ ନେତାଙ୍କୁ ୩୦ ତାରିଖରେ ହାଜର ହେବା ଲାଗି ନୋଟିସ ଦିଆଯାଇଥିଲା।

ମାତ୍ର ଉଭୟ ନେତା ହାଜର ହୋଇନଥିଲେ। ଫଳରେ ପୁଣି ଥରେ ସିବିଆଇ ନୋଟିସ୍ ଜାରି କରିଥିଲେ।

Comment