ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭିକି କୌଶଳଙ୍କ ଅଭିନୀତ ଫିଲ୍ମ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ୍‌’ର ବକ୍ସ ଅଫିସ୍‌ରେ କମାଲ କରିବା ସହ ସଂସଦରେ ବି କମାଲ କରୁଛି। ସଂସଦରେ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ଆଜି ବଜେଟ୍‌ ଉପସ୍ଥାପନା କରିଥିଲେ। ଏହି ସମୟରେ ସଂସଦରେ ସାଂସଦମାନେ ଉରୀ ଫିଲ୍ମର ଡାଇଲଗ୍‌ ଜୋର ଜୋର୍‌ରେ ଦୋହରାଉଥିଲେ। ତେବେ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପରେଶ ରାୱଲଙ୍କ ମୁହଁରେ ହସ ଖେଳିଯାଇଥିଲା।

ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ମନୋରଞ୍ଜନ ସହ ଜଡ଼ିତ ବଡ଼ ଘୋଷଣା କରିଥିଲେ। ପିୟୁଷ ଗୋୟଲ ବଜେଟ ଘୋଷଣା କରି କହିଲେ, “ଆମ ସମସ୍ତଙ୍କୁ ବଲିଉଡ ଫିଲ୍ମ ଦେଖିବା ବହୁତ ପସନ୍ଦ। ସାରା ଦେଶରେ ଫିଲ୍ମ ନିର୍ମାଣର ସଂଖ୍ୟା ବଢ଼ିବାରେ ଲାଗିଛି। ଫିଲ୍ମ ଜରିଆରେ ବହୁ ଲୋକଙ୍କୁ ରୋଜଗାର ମଧ୍ୟ ମିଳିଥାଏ।”

ଏହାସହ ପିୟୁଷ ଆହୁରି ମଧ୍ୟ କହିଲେ ଯେ ସମସ୍ତେ ପ୍ରାୟ ଉରୀ ଫିଲ୍ମ ଦେଖିସାରିଲେଣି। ସିନେମା ହଲ ଭିତରେ ଯେଉଁ ଭିଡ଼ ଥିଲା ତାହା ଦେଖିଲା ଭଳି ଥିଲା। ଏହା କହି ସାରିବା ପରେ ଅର୍ଥମନ୍ତ୍ରୀଙ୍କ ପଛରେ ବସିଥିବା ମନ୍ତ୍ରୀ ଏବଂ ଅନ୍ୟ ସାଂସଦମାନେ ଉରୀ ଫିଲ୍ମର ଫେମସ୍‌ ଡାଇଲଗ୍‌ ‘ହାଓ ଇଜ୍‌ ଦ ଜୋଶ’ ଡାଇଲଗ୍ କହିବାକୁ ଲାଗିଲେ। ଖାସ୍‌ କଥା ହେଲା ଏହି ଡାଇଲଗ୍‌ କହିବା ବେଳେ କ୍ୟାମେରା ଆକ୍ଟର ପରେଶ ରାୱଲଙ୍କୁ ଫୋକସ୍‌ କରାଯାଇଥିଲା। ଯେଉଁଥିରେ ସେ ଖୁସି ଥିବା ଭଳି ନଜର ଆସିଥିଲେ।

୨୦୧୬ ମସିହାରେ ଭାରତ ସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମିରରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ଧରାଯାଏ। ଏହି କାହାଣୀ ଉପରେ ଆଧାରିତ ଫିଲ୍ମ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ’। ଆଦିତ୍ୟ ଧାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଉରୀ ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ୍‌ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ୧୭୧ କୋଟିର କଲେକ୍ସନ୍‌ କରିସାରିଛି।

Comment