ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତ କରି ସମ୍ବଲପୁରର ଉନ୍ନତି ପାଇଁ ୫ଟି ବଡ଼ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ବଲପୁର ଜିଲ୍ଲା ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି।

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି।

  • ମାଳତିଯୋରରେ ହେବ ହାଇଲେଭ୍‌ଲ ବ୍ରିଜ। ଏଥିପାଇଁ ଖର୍ଚ୍ଚ ହେବ ୨୦ କୋଟି।
  • ବାଲିବନ୍ଧରେ ୧୦ କୋଟି ବ୍ୟୟରେ ହେବ ସେତୁ ନିର୍ମାଣ।
  • ୧୦୦ କୋଟି ଟଙ୍କାରେ ବ୍ୟୟରେ ହେବ ୧୯ଟି ପ୍ରକଳ୍ପ।
  • ଜିଲ୍ଲାସ୍କୁଲ- ନକ୍ସାପଲି ରାସ୍ତା ହେବ ୪ ଲେନ୍‌ ବିଶିଷ୍ଟ। ଏଥିପାଇଁ ଖର୍ଚ୍ଚ ହେବ ୪୦ କୋଟି ଟଙ୍କା।
  • ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ଉନ୍ନତି ପାଇଁ ୩ କୋଟି।

ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ  ନେଲସନ ମାଣ୍ଡେଲା ଛକଠାରେ ୧୧୭,୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହାଇଲେଭ୍‌ଲ ସେତୁ ଉଦଘାଟନ କରିଛନ୍ତି।

ଦେଢ଼ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ଚାଉଁରପୁର, ଗୋଶାଳା ଓ ଚିପିଲିମା ଅଞ୍ଚଳବାସୀଙ୍କୁ ସମ୍ବଲପୁର ସହର ସହ ସିଧାସଳଖ ସଂଯୁକ୍ତ କରିବ। ଏହାପରେ ସେ ବିଜୁ ଯୁବବାହିନୀ ଆଞ୍ଚଳିକ ସମାବେଶରେ ଯୋଗ ଦେଇଛନ୍ତି

Comment