ଓଡ଼ିଶାଲଇଭ୍‌ ବ୍ୟୁରୋ

୨୦୧୯-୨୦ ଲାଗି ୨୭ଲକ୍ଷ ୮୪ହଜାର କୋଟି ୨ଶହ କୋଟିର ବଜେଟ ଘୋଷଣା। “ରାଜପଥ ନିର୍ମାଣରେ ଭାରତ ସାରା ବିଶ୍ୱରେ ୧ ନମ୍ବର”।

ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରେ ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ। ୨୦୧୯-୨୦ ଲାଗି ୨୭ଲକ୍ଷ ୮୪ହଜାର ୨ଶହ କୋଟିର ବଜେଟ ଘୋଷଣା କରିଛନ୍ତି। ଏହା ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ଅଟେ।

ଏହି ପରିମାଣ ମଧ୍ୟରେ ଅନେକ କିଛି ସେକ୍ଟର ଲାଗି ଅର୍ଥରାଶି ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ”ରାଜପଥ ନିର୍ମାଣରେ ଭାରତ ସାରା ବିଶ୍ୱରେ ୧ନମ୍ବର ହୋଇପାରିଛି। ପ୍ରତିଦିନ ୨୭କିମି ନୂଆ ରାଜପଥ ନିର୍ମାଣ କରାଯାଉଛି।”

ଏହା ସହିତ ବଜେଟରେ ଆହୁରି କୁହାଯାଇଛି ଯେ,’’ବିଗତ ବର୍ଷ ମାନଙ୍କରେ ଟିକସ ଆଦାୟରେ ବୃଦ୍ଧି ହୋଇଛି। ଟିକସ ଆଦାୟ ୬ଲକ୍ଷ ୩୮ହଜାର କୋଟିରୁ ୧୨ଲକ୍ଷ କୋଟିକୁ ବୃଦ୍ଧି ହୋଇଛି। ୯୯.୫୪ପ୍ରତିଶତ ଟ୍ୟାକ୍ସ ରିଟର୍ଣ୍ଣକୁ ମଞ୍ଜୁରି ମିଳିଛି।”

ଏହାସହିତ ବଜେଟରେ ଇଏସଆଇ ସୁବିଧା ପାଇବାର ସୀମାକୁ ବଢାଯାଇଛି। ମାସିକ ୨୫ହଜାର ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଏହି ଯୋଜନାର ମାଧ୍ୟମରେ ଉପକୃତ ହୋଇପାରିବେ। ଏହାସହିତ ପ୍ରତିରକ୍ଷା ବଜେଟକୁ ୩ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି।

Comment