ଓଡ଼ିଶାଲାଇଭ୍ ବ୍ୟୁରୋ

”କୃଷି ଓ କୃଷକ ସରକାରଙ୍କ ପ୍ରଥମ ପ୍ରାଥମିକତା। ଏହି ବଜେଟ ଏକ ଐତିହାସିକ ବଜେଟ। ସମସ୍ତ ବର୍ଗଙ୍କୁ ଧ୍ୟାନରେ ରଖିବା ଭଳି ବଜେଟ।”

ସଂସଦରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯-୨୦ଲାଗି ବଜେଟ ଉପସ୍ଥାପନ କରାଯାଇଛି। ଚଳିତ ବର୍ଷ ଲାଗି ୨୭ଲକ୍ଷ ୮୪ହଜାର କୋଟି ୨ଶହ କୋଟିର ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା।

ତେବେ ବଜେଟ ଉପସ୍ଥାପନ ପରେ ବିଭିନ୍ନ ଦଳର ନେତା ମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି,”ବଜେଟରେ ସମସ୍ତ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି। ଋଣ ନେଉନଥିବା କୃଷକ ଅଧିକ ଲାଭବାନ ହେବ। ସବୁ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇଛି।”

ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି,”କୃଷି ଓ କୃଷକ ସରକାରଙ୍କ ପ୍ରଥମ ପ୍ରାଥମିକତା। ଏହି ବଜେଟ ଏକ ଐତିହାସିକ ବଜେଟ। ସମସ୍ତ ବର୍ଗଙ୍କୁ ଧ୍ୟାନରେ ରଖିବା ଭଳି ବଜେଟ।”

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,”ବଜେଟରେ ବିଶେଷ କରି କୃଷକ ଓ ଶ୍ରମିକଙ୍କୁ ଗୁରୁତ୍ୱ ଦିଆଯାଇଛି। ଭୋଟ ରାଜନୀତି ଆମେ କରୁନାହୁଁ।”

କଂଗ୍ରେସ ନେତା ଶଶି ଥରୁର କହିଛନ୍ତି,”ଏ ବଜେଟ ନିରାଶ କଲା ପରି ବଜେଟ। କୃଷକଙ୍କ ଲାଗି ଯାହା ଘୋ।ଣା କରାଯାଇଛି ତାହା ବହୁତ କମ୍‌। ଜଣେ ଚାଷୀଙ୍କୁ ବର୍ଷରେ ୬ହଜାର ଦେବା ଘୋଷଣାକୁ ସେ ରାଜନୀତିକରଣ ବୋଲି କହିଛନ୍ତି।” ଏହାସହିତ କରଦାତାଙ୍କ ଲାଗି ହୋଇଥିବା ଘୋଷଣାକୁ ଭଲ ପଦକ୍ଷେପ ବୋଲି ଥରୁର କହିଛନ୍ତି।

ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,”ଏହା ଏକ ଐତିହାସିକ ବଜେଟ। ସମସ୍ତ ବର୍ଗର ଲୋକ ଏହା ଦ୍ୱାରା ଉପକୃତ ହୋଇପାରିବେ।”

Comment