ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ  

  • ହରିଦାସପୁର-ପାରାଦୀପ ରେଳ ଲାଇନ୍ ପାଇଁ ୪୦୦ କୋଟି
  • ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ପାଇଁ ୩୫୦ କୋଟି
  • ଅନଗୁଳ-ସୁକିନ୍ଦା ରେଳ ଲାଇନ୍ ପାଇଁ ୨୫୦ କୋଟି
  • ତାଳଚେର-ବିମଳାଗଡ଼ ରେଳ ଲାଇନ୍ ପାଇଁ ୧୫୦ କୋଟି
  • ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୭୦ କୋଟି
  • ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୧୦ କୋଟି

ଲୋକସଭାରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରେଳ ବଜେଟ ଆଗତ କରିଛନ୍ତି। ୧ ଲକ୍ଷ ୫୮ ହଜାର ରେଳ ବଜେଟରେ ପୂର୍ବତଟ ରେଳବାଇର ଭାଗ ପଡ଼ିଛି ୭ ହଜାର ୧୦ କୋଟି ଟଙ୍କା।

ଏହାସହ ନୂଆ ଲାଇନ୍ ପାଇଁ ବଜେଟରେ ୨ ହଜାର ୬୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତବର୍ଷ ତୁଳନାରେ ଏହା ୬୭ ପ୍ରତିଶତ ଅଧିକ।

ଓଡ଼ିଶାର କେଉଁ ପ୍ରକଳ୍ପ ପାଇଲା କେତେ ଜାଣନ୍ତୁ?

ହରିଦାସପୁର-ପାରାଦୀପ ରେଳ ଲାଇନ୍ ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ପାଇଁ ୩୫୦ କୋଟି, ଅନଗୁଳ-ସୁକିନ୍ଦା ରେଳ ଲାଇନ୍ ପାଇଁ ୨୫୦ କୋଟି, ତାଳଚେର-ବିମଳାଗଡ଼ ରେଳ ଲାଇନ୍ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୭୦ କୋଟି, ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ରେଳ ଲାଇନ୍ ଦୋହରାକରଣ ପ୍ରକ୍ରିୟାରେ ସମ୍ବଲପୁର-ତାଳଚେର ଲାଇନ୍ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟଲାଗଡ଼ ଲାଇନ୍ ପାଇଁ ୧୭୦ କୋଟି, ବିଜୟନଗରମ୍-ସମ୍ବଲପୁର ଲାଇନ୍ ପାଇଁ ୩୫୦ କୋଟି, ଜାରପଡ଼ା-ବୁଦ୍ଧାପଙ୍କ ଲାଇନ୍ ପାଇଁ ୧୨୦ କୋଟି, ବୁଦ୍ଧପଙ୍କ-ସାଲେଗାଁ ଲାଇନ୍ ପାଇଁ ୨୧୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ୨୦୫ କୋଟି, ରାଉରକେଲା-ଝାରସୁଗୁଡ଼ା ରେଳ ଲାଇନ୍ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

Comment