ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯-୨୦ ଲାଗି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୭ ଲକ୍ଷ ୮୪ ହଜାର ୨୦୦ କୋଟିର ବଜେଟ ଘୋଷଣା କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ। ସଂସଦରେ ବଜେଟ୍‌ ଅଧିବେଶନରେ ରେଳର ଭତ୍ତିଭୂମୀ ବିକାଶ ପାଇଁ ୧.୬ଲକ୍ଷ କୋଟିର ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ। ଆସନ୍ତାବର୍ଷ ଦେଶରେ ୩୬ ହଜାର ରେଳଧାରଣାକୁ ନବୀକରଣ କରାଯିବ। ଜଗୁଆଳିବିହୀନ ଫାଟକକୁ ବନ୍ଦ କରାଯିବ।

ଏହି ବଜେଟ୍‌ ଘୋଶଣାକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,”ଏହା ଏକ ଐତିହାସିକ ବଜେଟ। ସମସ୍ତ ବର୍ଗର ଲୋକ ଏହା ଦ୍ୱାରା ଉପକୃତ ହୋଇପାରିବେ।”

Comment