ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅନ୍ତର୍ଗତ ନୂହାମାଳିଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ଛାତ୍ରୀ ଅସଦାଚରଣ ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକଙ୍କ ନାମ ଅନଙ୍ଗଦେଵ ଟିପିରିଆ।

ପୋଲିସ ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଛାତ୍ରୀମାନେ ସେମାନଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଏହି ଅଭିଯୋଗ ପରେ ଗୁରୁବାର ସ୍କୁଲରେ ଉତ୍ତେଜନା ଦେଖା ଦେଇଥିଲା। କିଛି ଅଭିଭାବକମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ମାଡ଼ ମାରିଥିଲେ। ଏଥିରେ ପ୍ରଧାନଶିକ୍ଷକ ଲହୁଲୁହାଣ ହୋଇଥିଲେ।

ଏହାପରେ ଅଭିଭାବକମାନେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଶୁଳିଆପଦା ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଛି। ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Comment