ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ସରିବ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ ଯାଏଁ ଚାଲିବ। 

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ସରିବ। ଚଳିତ ଥର ମାଟ୍ରିକ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି। ମାଟ୍ରିକ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ ଯାଏଁ ଚାଲିବ। ବୋର୍ଡ ସଭାପତି ଜାହାନ ଆରା ବେଗମ ଏନେଇ ସୂଚନା ଦେଇଛନ୍ତି। ପୂର୍ବ ବର୍ଷ ଗୁଡ଼ିକରେ ସାଧାରଣତଃ ସକାଳ ୯ଟାରେ ପରୀକ୍ଷା ହେଉଥିଲା।

ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଚଳିତ ଥର ମାଟ୍ରିକ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ରଶ୍ନପତ୍ର ଗୁଡ଼ିକ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସେଣ୍ଟରକୁ ପଠାଯାଉଥିଲା। ଏବର୍ଷ କିନ୍ତୁ ସେଭଳି ହେବ ନାହିଁ। ପ୍ରଶ୍ନପତ୍ର ଲିଙ୍କ ଆଶଙ୍କା ରହୁଥିବାରୁ ଏଥର ପରୀକ୍ଷା ଦିନ ହିଁ ପ୍ରଶ୍ନପତ୍ର ସେଣ୍ଟରକୁ ଯିବ ବୋଲି ସୂଚନା ରହିଛି।

ଚଳିତ ଥର ତୃତୀୟ ଭାଷା ହିନ୍ଦୀ/ ସଂସ୍କୃତ ପରୀକ୍ଷା ଅଲଗା ଅଲଗା ଦିନରେ ହେବ।

ଫେବୃଆରୀ ୨୨ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ୨୫ରେ ଇଂରାଜୀ, ୨୭ରେ ହିନ୍ଦୀ ଏବଂ ୨୮ରେ ସଂସ୍କୃତ ପରୀକ୍ଷା ହେବ।

ସେହିପରି ମାର୍ଚ୍ଚ୨ରେ ଗଣିତ, ୬ରେ ସାଧାରଣ ବିଜ୍ଞାନ, ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

Comment