ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନା କରୁଛନ୍ତି। ଚାଷୀଙ୍କ ପରେ ଶ୍ରମିକମାନଙ୍କ ପାଇଁ ଉପହାର ଆଣିଛନ୍ତି କେନ୍ଦ୍ର ସରକାର। ଶ୍ରମିକମାନଙ୍କ ଉନ୍ନତି ପାଇଁ ଆରମ୍ଭ ହେଲା ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା’। ଏହି ଯୋଜନା ଦ୍ୱାରା ଅସଙ୍ଗଠିତ ଭାବେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ପରେ ମାସିକ ୩ହଜାର ଟଙ୍କା ପେନ୍‌ସନ୍‌ ମିଳିବ। ଏଥିପାଇଁ ମାସିକ ୧୦୦ଟଙ୍କା ଦେବାକୁ ପଡ଼ିବ।

ଏହି ଯୋଜନାରେ ମାସିକ ୧୫ ହଜାର ଆୟ କରୁଥିବା ଶ୍ରମିକଙ୍କୁ ଲାଭ ମିଳିବ। ଏହି ଯୋଜନା ଦ୍ୱାରା ପେନ୍‌ସନ୍‌ ୬୦ ବର୍ଷ ବୟସ ପରେ ମିଳିବ। ପ୍ରାୟ ୧୦ କୋଟି ଅସଙ୍ଗଠିତ ଶ୍ରମିକ ଉପକୃତ ହେବେ। ଶ୍ରମିକଙ୍କ ମୃତ୍ୟୁରେ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ପୀୟୁଷ ଗୋୟଲ।

Comment