ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯-୨୦ ବଜେଟ୍‌ରେ କେନ୍ଦ୍ର ସରକାର କୃଷଙ୍କ ଲାଗି ଆଣିଛନ୍ତି ବଡ଼ ଉପହାର। ୨ହେକ୍ଟର ଜମି ଥିବା ଚାଷୀଙ୍କୁ ମିଳିବ ୬ହଜାର ଟଙ୍କା।

ମୋଦି ସରକାରଙ୍କ ଅଧ୍ୟକ୍ଷତାରେ ଆଜି ଉପସ୍ଥାପନା ହେଉଛି ବଜେଟ। ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ। ମୋଦି ସରକାର ପ୍ରଥମେ ଘୋଷଣା କଲେ କୃଷକଙ୍କ ପାଇଁ ବଜେଟ। ଏହି ଘୋଷଣାରେ ୨ହେକ୍ଟର ଜମିଥିବା ଚାଷୀଙ୍କୁ ମିଳିବ ୬ ହଜାର ଟଙ୍କା। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ଟଙ୍କା ଯିବ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଦ୍ୱାରା ୧୨ କୋଟି କୃଷକ ଉପକୃତ ହେବେ। ୨ହେକ୍ଟର ଜମି ଥିବା କୃଷକଙ୍କୁ ମିଳିବ ୬ ହଜାର ଟଙ୍କା। ଏହି ଯୋଜନାରେ ବାର୍ଷିକ ୭୫ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯୋଜନା ଅନୁଯାୟୀ ୨ ହଜାର ଟଙ୍କା ତିନିଥରରେ ଚାଷୀଙ୍କ ଆକାଉଣ୍ଟକୁ ଯିବ। ସମ୍ପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାର ଦେବେ।

ଡିସେମ୍ବର ୨୦୧୮ରେ ଏହି ଯୋଜନା ଲାଗୁ ହୋଇସାରିଛି। ପ୍ରଥମ କିସ୍ତିରେ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ। ଏହି ଯୋଜନା ଦ୍ୱାରା ୧୨ କୋଟି ଚାଷୀ ଲାଭବାନ ହେବେ।

Comment