ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଶୁକ୍ରବାର ଭୁବନେଶ୍ୱର ତାପମାତ୍ରା ୯.୯ ଡିଗ୍ରୀ ରହିଥିଲା। ବିଶେଷକରି ରାତିର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ଖସୁଛି।

ସାଧାରଣତଃ ରାତିରେ ଏବଂ ଭୋରରୁ ଅଧିକ ଶୀତ ଅନୁଭୂତ ହେଉଛି। ତେବେ ଶନିବାର ଭୁବନେଶ୍ୱରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ତେବେ ଆହୁରି ଦୁଇ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୋନପୁର, ବଲାଙ୍ଗିର, ଅନଗୁଳ, ବୌଦ୍ଧ ଢେଙ୍କାନାଳ, କେନ୍ଦୁଝର ସମେତ କେନ୍ଦ୍ରୀୟ ଓଡ଼ିଶାରେ ଥଣ୍ଡା ଜାରି ରହିବ। ଏହାପରେ ତାପମାତ୍ରା ଧୀରେ ଧୀରେ ବଢ଼ିବ। ସେହିପରି ଅନ୍ୟ ସମସ୍ତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତିକୁ ଫେରିବ ତାପମାତ୍ରା।

Comment