ଓଡ଼ିଶାଲାଇଭ୍ ବ୍ୟୁରୋ

”ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଫାୟାର ଅଡିଟ୍‌ ଓ ସେଫ୍ଟି ବ୍ୟବସ୍ଥାର ଯାଞ୍ଚ କରାଯିବ”

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା। ପଞ୍ଚମ ମହଲାର ବ୍ୟାଟେରୀ ରୁମ୍‌ରେ ଶନିବାର ସକାଳେ ନିଆଁ ଲାଗିଥିଲା।

ଘଟଣା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ଦମକଳବାହିନୀ ପହଞ୍ଚିଥିଲା ଏବଂ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା। ସମସ୍ତ ରୋଗୀ ସୁରକ୍ଷିତ ଥିବା ହସ୍ପିଟାଲ ପକ୍ଷରୁ ଜଣାପଡିଛି।

ଏ ଘଟଣାକୁ କମିଶନରେଟ ପୋଲିସ ଗୁରୁତ୍ୱର ସହ ନେଇଛି। ରାଜଧାନୀରେ ଆଗକୁ ଅଗ୍ନି ନିରାପକ ବ୍ୟବସ୍ଥାର ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।

ଏହା ସହିତ ସେ ଆହୁରି କହିଛନ୍ତି,”ଆପୋଲୋ ସମେତ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଫାୟାର ଅଡିଟ୍‌ ଓ ସେଫ୍ଟି ବ୍ୟବସ୍ଥାର ଯାଞ୍ଚ କରାଯିବ।”

ଶନିବାର ସକାଳେ ଯେତେବେଳେ ଏହି ଘଟଣା ଜଣାପଡିଥିଲା ହସ୍ପିଟାଲ କର୍ମଚାରୀଙ୍କ ପକ୍ଷରୁ, ଜରୁରୀକାଳୀନ ରାସ୍ତା ଦେଇ ସମସ୍ତ ରୋଗୀଙ୍କୁ ତଳକୁ ସଙ୍ଗେ ସଙ୍ଗେ ସ୍ଥାନାନ୍ତର କରାଯାଇଥିଲା। ଏହା ସହିତ ସମସ୍ତ ରୋଗୀଙ୍କୁ ପଞ୍ଚମ ମହଲାରୁ ସିପ୍ଟ କରାଯାଇଥିଲା। ଯେଉଁ ରୋଗୀମାନେ ଗୁରୁତର ଥିଲେ ସେମାନେଙ୍କୁ ମେଡିକାଲ ସିଢି ଦେଇ ତଳକୁ ଅଣାଯାଇଥିଲା। ଯେଉଁ ରୋଗୀମାନଙ୍କର ଅବସ୍ଥା ଗୁରୁତର ଥିଲା ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା।

Comment