ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏନ୍‌ଏଚ୍‌ଏମ୍‌ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଅଫିସର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଛନ୍ତି।

ଏହି ଅଗ୍ନିକାଣ୍ଡରେ ବିଭିନ୍ନ ସରକାରୀ କାଗଜପତ୍ର ଓ ଫାଇଲ ପୋଡ଼ି ଯାଇଥିବା ବେଳେ ଅଫିସର କର୍ମଚାରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ନିଆଁ ଲାଗିବା ଦେଖି କର୍ମଚାରୀମାନେ ଭୟଭୀତ ହୋଇ ତଳକୁ ପଳାଇ ଆସିଥିଲେ।

ଶନିବାର ସକାଳେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ମଧ୍ୟ ଅଗ୍ନିକାଣ୍ଡ ହୋଇଥିଲା।

Comment