ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୨ରୁ ଖଣ୍ଡଗିରିରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ମାଘ ସପ୍ତମୀ ମେଳା ବା ଖଣ୍ଡଗିରି ମେଳା। ପ୍ରତିବର୍ଷ ଭଳି ଏବର୍ଷ ମେଳାରେ ୧୨ ଦିନ ଧରି ଯାତ୍ରା ପରିବେଷଣ ହେବ। ଏହି ଅବସରରେ ସାଧୁସନ୍ଥମାନଙ୍କ ଭିଡ଼ ମଧ୍ୟ ଜମିଥାଏ। ଅଧିକ ବେପାରୀ ଯେପରି ସୁଯୋଗ ପାଇବେ ସେଥିପାଇଁ ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଯାଏଁ ଷ୍ଟଲ ପଡ଼ିବ।

ଖଣ୍ଡଗିରି ମେଳା ଭୁବନେଶ୍ୱରର ଏକ ଐତିଆସିକ ମେଳା। ମେଳାର ମୁଖ୍ୟ ଆକର୍ଷଣ ଯାତ୍ରା ସମର। ପୂରା ୧୨ ଦିନ ଧରି ଯାତ୍ରା ପରିବେଷଣ ହୋଇଥାଏ। ପ୍ରତିବର୍ଷ ମେଳାରେ ୭ଟି ଯାତ୍ରା କମିଟି ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଯାତ୍ରା ପରିବେଷଣ ହୋଇଥାଏ। ହଜାର ହଜାର ଲୋକଙ୍କ ଭିଡ଼କୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ବ୍ୟାପକ ନିଷ୍ପତ୍ତି ନିଆଯାଇଛି। ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ସିସିଟିଭି ନଜରରେ ରହିବ ଖଣ୍ଡଗିରି ମେଳା।

ଏବର୍ଷ ମା’ମଙ୍ଗଳା ସାଂସ୍ମୃତିକ ପରିଷଦ, ଖଣ୍ଡଗିରି ସାଂସ୍ମୃତିକ ପରିଷଦ ଓ ଜୟଦୁର୍ଗା ସାଂସ୍କୃତିକ ପରିଷଦ ୮ ଦିନ ଯାତ୍ରା କରିବେଷଣ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସନାତନ ସଂସ୍କୃତି ପରିଷଦ, ଡ. ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ, ଇନ୍ଦିରା ସାଂସ୍କୃତିକ ପରିଷଦ ୧୨ ଦିନ ଯାତ୍ରା ପରିବେଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Comment