ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୩ ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୩ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି।

  • ଓଡ଼ିଶା ସଚିବାଳୟ ସେବା ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀ ନିୟମ ୨୦୧୬ରେ ସଂଶୋଧନ।
  • ଓଡ଼ିଶା ପୋଲିସ ସେବା ବିଭାଗୀୟ ପଦୋନ୍ନତି କମିଟି ପୁନର୍ଗଠନ।
  • ଯୋଗ୍ୟତା ଭିତ୍ତିରେ ଯୁଗ୍ମ ଶାସନ ସଚିବରୁ ଅତିରିକ୍ତ ଶାସନ ସଚିବ ପଦୋନ୍ନତି।

ସନ୍ଧ୍ୟା ୫ଟା ୩୦ରେ ସଚିବାଳୟରେ  ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତାରେ କରିଥିଲେ।

Comment