ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶରେ ବିବାହ ପୂର୍ବରୁ ବର, କନ୍ୟା ଜାତୀୟ ପତାକା ଉଡ଼ାଇ ଓ ଜାତୀୟ ସଙ୍ଗୀତ ଗାୟନ କରି ବିବାହ କରିଛନ୍ତି।

ସାଧାରଣତନ୍ତ୍ର ଦିବସ ସ୍ଵାଧିନତା ଦିବସ ଆଦି ବିଶେଷ ଅବସରରେ ଜାତୀୟ ସଙ୍ଗୀତ ଓ ଜାତୀୟ ପତାକା ଉତ୍ତୋଳନର ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ଅବସରରେ ସାରାଦେଶରେ ଲୋକେ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାୟନ କରିଥାନ୍ତି। ହେଲେ କୌଣିସି ବିବାହ ଉତ୍ସବରେ ଏଭଳି ଦୃଶ୍ୟ ବିରଳ।

ମଧ୍ୟପ୍ରଦେଶ ମନ୍ଦସୌରରେ ସାମ୍ନାକୁ ଆସିଛି ଏହି ଘଟଣା। ଯେଉଁଠି ବିବାହ କରିବା ପୂର୍ବରୁ ବର ଓ କନ୍ୟା ଜାତୀୟ ପତାକା ଉଡାଇ ଜାତୀୟ ସଙ୍ଗୀତ ଗାୟନ କରି ବିବାହ କରିଛନ୍ତି।

ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା ଏହି ବିବାହ। ବିବାହରେ ବର ସାଜିଥିଲେ ଶୁଜାଲପୁରର ଅଙ୍କିତ। ସେ ଜଣେ ଚାଟାର୍ଡ ଆକାଉଣ୍ଟଟ। କନ୍ୟା ଜଣକ ହେଲେ ଦଲୋଦାର ପାୟଲ ଜଣେ ଶିକ୍ଷୟିତ୍ରୀ।

ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ଉଭୟ ବିବାହ କରୁଥିବାରୁ ପ୍ରଥମେ ଜାତୀୟ ପତାକା ଉଡ଼ାଇଥିଲେ। ଜାତୀୟ ସଙ୍ଗୀତ ଗାଇଥିଲେ।

ପରିବାର ଲୋକ ପଚାରିବାରୁ ଉଭୟ ପାରିବାରିକ ଧର୍ମ ପାଳନ କରିବା ପୂର୍ବରୁ ରାଷ୍ଟ୍ରୀୟ ଧର୍ମ ପାଳନ କରିବାକୁ ଚାହୁଁଥିଲେ ବୋଲି କହିଥିଲେ।

Comment