ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡର ଖ୍ୟାତନାମା ଅଭିନେତା ସନି ଦେୱଲ ଆଜି ଯାଏଁ ମାତ୍ର ଗୋଟିଏ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଛନ୍ତି।

ବଲିଉଡ ଅଭିନେତା ସନି ଦେୱଲଙ୍କର ଫିଲ୍ମରେ ଚାହିଦା ଆଜି ବି ରହିଛି। ୬୨ ବର୍ଷୀୟ ସନିଙ୍କୁ ଏବେ ବି ଫିଲ୍ମରେ ଦେଖିବାକୁ ଚାହୁଁଛନ୍ତି ଦର୍ଶକ। ସନି ତାଙ୍କ ଅଭିନୟ କ୍ୟାରିୟର ଭିତରେ ଅନେକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଏବଂ ବଲିଉଡର ଅନେକ ଖ୍ୟାତନାମା କଳାକାରଙ୍କ ସହ ଫିଲ୍ମ କରିଛନ୍ତି।

ହେଲେ ଆପଣ ଜାଣି ଆଶର୍ଯ୍ୟ ହେବେ ଆଜି ଯାଏ ସନି ବିଗ୍‌ ବି ଅମିତାଭଙ୍କ ସହିତ ମାତ୍ର ଗୋଟିଏ ଫିଲ୍ମରେ ନଜର ଆସିଛନ୍ତି।

୧୯୯୪ରେ ରିଲିଜ ହୋଇଥିବା ଫିଲ୍ମ ‘ଇନସାନିୟତ’ରେ ସନି ଓ ଅମିତାଭ ଏକାଠି ନଜର ଆସିଥିଲେ। ଫିଲ୍ମର କାହାଣୀ ରଚନା କରିଥିଲେ ବିଜୟ କୌଲ। ନିର୍ଦ୍ଦେଶନା ଦେଇଥିଲେ ଟୋନି ଜୁନେଜା।

ତେବେ ସନିଙ୍କ ବାପା ଧର୍ମେନ୍ଦ୍ରଙ୍କ ସହିତ ଅମିତାଭଙ୍କ ଅନେକ ଫିଲ୍ମରେ ଦେଖିବାକୁ ମିଳିଛି। ଦୁଇଙ୍କ ଯୋଡ଼ିଙ୍କୁ ସୁପରହିଟ୍‌ ବୋଲି କୁହାଯାଇଥାଏ। ଉଭୟଙ୍କର ସୁପରହିଟ ଫିଲ୍ମ ଭିତରେ ଶୋଲେ, ଚୁପ୍‌କେ ଚୁପ୍‌କେ, ରାମ ବଳରାମ ଭଳି ହିଟ୍‌ ଫିଲ୍ମ ରହିଛି।

ଆଗାମୀ ଦିନରେ ଅମିତାଭଙ୍କୁ ସହିତ ସନିଙ୍କର ଏକ ଫିଲ୍ମ ଆସୁଛି ବୋଲି ଶୁଣିବାକୁ ମିଳିଛି।

Comment