ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ କେତେକ ବଲିଉଡ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ…

ଏ ବର୍ଷ ବି କେତେକ ବଲିଉଡ ସେଲିବ୍ରିଟି ବାହା ହେବେ ବୋଲି ଚର୍ଚ୍ଚା ହେଉଛି। ଏମାନଙ୍କ ଭିତରୁ ଯେଉଁମାନେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି, ଆସନ୍ତୁ ସେମାନଙ୍କୁ ଜାଣିବା…

ରଣବୀର କପୁର- ଆଲିଆ ଭଟ୍ଟ:

ଶୁଣିବାକୁ ମିଳୁଛି ଯେ ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁର ତାଙ୍କର ଗାର୍ଲ ଫ୍ରେଣ୍ଡ୍ ଆଲିଆ ଭଟ୍ଟଙ୍କୁ ୨୦୧୯ରେ ବାହା ହେବେ। ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହେବା ପରେ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ରଣବୀରଙ୍କ ପିତା ଋଷି କପୁର କ୍ରମଶଃ ସୁସ୍ଥ ହେଉଥିବା ଯୋଗୁଁ ଏଭଳି ଆଶା କରାଯାଉଛି। ରଣବୀର ଓ ଆଲିଆ ଏକାଠି ବିଦେଶରେ ଋଷି କପୁର, ନୀତୁ ସିଂ ଓ ରିଧିଶା କପୁରଙ୍କ ସହିତ ନୂଆ ବର୍ଷ ମନାଇଛନ୍ତି।

ବରୁଣ ଧଓ୍ବନ୍ -ନତାଶା ପିଲାଲ:

ବଲିଉଡର ଲୋକପ୍ରିୟ ହିରୋ ବରୁଣ ଧଓ୍ବନ୍‌ ୨୦୧୯ରେ ବାହା ହେବା ଖବର ଏକଦମ୍‌ ପକ୍କା ବୋଲି କୁହାଯାଉଛି। ନତାଶା ହେଉଛନ୍ତି ବରୁଣଙ୍କର ବାଲ୍ୟ ବାନ୍ଧବୀ। ବରୁଣ ଫିଲ୍ମ ଷ୍ଟାର ହେବା ଆଗରୁ ନତାଶାଙ୍କୁ ଡେଟ୍ କରୁଥିଲେ। ବରୁଣ ନତାଶାଙ୍କୁ ବାହା ହେବେ ବୋଲି କହିସାରିଲେଣି। କେବଳ ଦେଖିବା କଥା କେଉଁ ମାସରେ ଏ ଦୁହେଁ ବାହା ହେଉଛନ୍ତି।

ଅଲ୍ଲୀ ଫାଜଲ୍ ଓ ରିଚା ଚଢ଼ା:

‘ଫୁକ୍‌ରେ’ ଫିଲ୍ମରେ କାମ କରୁଥିବାବେଳେ ବଲିଉଡ ଅଭିନେତା ଅଲ୍ଲୀ ଫାଜଲ୍ ରିଚା ଚଢ଼ାଙ୍କ ପ୍ରେମରେ ପଡ଼ିଥିଲେ। ସେ ଦୁହେଁ ବର୍ଷେ ହେବ ସିରିଅସ୍‌ ଲଭ୍ ଆଫେଆର୍ ଭିତରେ ଅଛନ୍ତି। ୨୦୧୯ରେ ଅଲ୍ଲୀ ଓ ରିଚା ବିବାହ ବନ୍ଧନରେ ବାନ୍ଧିହେବା ନେଇ ଚର୍ଚ୍ଚା ଜୋର ଧରିଛି।

ରାଜ କୁମାର ରାଓ ଓ ପତ୍ର ଲେଖା:

ରାଜ କୁମାର ରାଓ ଏବଂ ପତ୍ରଲେଖା  ହେଉଛନ୍ତି ବଲିଉଡର କ୍ୟୁଟ୍ କପଲ୍। ସେ ଦୁହେଁ ପ୍ରେମ ସମ୍ପର୍କରେ ଅଛନ୍ତି ବୋଲି ଖୋଲାଖୋଲି ଭାବେ କହିସାରିଲେଣି। ରାଜକୁମାର ଓ ପତ୍ରଲେଖା ପ୍ରାୟ ପାଞ୍ଚ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି।

ରାଜ କୁମାର ଓ ପତ୍ରଲେଖା ଏ ବର୍ଷ ବାହା ହେବେ ବୋଲି ଆଶା କରାଯାଉଛି।

ଅର୍ଜୁନ କପୁର ଓ ମଲ୍ଲାଇକା ଆରୋରା:

୨୦୧୯ରେ ଅର୍ଜୁନ କପୁର ଓ ମଲ୍ଲାଇକା ଅରୋରା ନିଜର ପ୍ରେମ ସମ୍ପର୍କକୁ ବିବାହର ନାଁ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଅର୍ଜୁନ ଓ ମଲ୍ଲାଇକା ଶୀଘ୍ର ବାହା ହୁଅନ୍ତୁ ବୋଲି ଅର୍ଜୁନଙ୍କର ଦାଦା ତଥା ଅଭିନେତା ସଂଜୟ କପୁର ସୂଚନା ଦେଇସାରିଲେଣି। ଏ ଦୁହେଁ ଆଉ ଲୁଚି ଛପି ପ୍ରେମ କରୁନାହାନ୍ତି, ବରଂ ଖୁଲ୍ଲମ ଖୁଲ୍ଲା ବୁଲୁଛନ୍ତି। ଏଣୁ ୨୦୧୯ରେ ଅରବାଜ୍‌ ଖାନ୍‌ଙ୍କ ପୂର୍ବ ପତ୍ନୀ ମଲ୍ଲାଇକା ବୋନିକପୁରଙ୍କ ପୁଅ ଅର୍ଜୁନ କପୁରଙ୍କୁ ବାହା ହେବେ ବୋଲି ଚର୍ଚ୍ଚା ହେଉଛି।

ଭିକି କୌଶଲ ଓ ହରଲୀନ ସେଠୀ:

କରଣ ଜୋହରଙ୍କ ଚାଟ୍ ସୋ’ କଫି ଉଇଥ୍ କରଣ୍’ରେ ଭିକି କୌଶଲ ଟିଭି ଅଭିନେତ୍ରୀ ହରଲୀନ ସେଠୀଙ୍କୁ ଡେଟ୍ କରୁଛନ୍ତି ବୋଲି କହିଛନ୍ତି। ଏହା ପରେ ଚର୍ଚ୍ଚା ଚାଲିଛି ଯେ ୨୦୧୯ରେ ହୁଏ ଭିକି ହରଲୀନଙ୍କର ବିବାହ ହୋଇପାରେ।

ହର୍ଷବର୍ଦ୍ଧନ ରାଣେ- କିମ୍‌ ଶର୍ମା:

‘ପଲଟନ୍’ ଫିଲ୍ମ ଫେମ୍‌ ହର୍ଷବର୍ଦ୍ଧନ ରାଣେ ‘ମୋହବତେଁ’ ଫେମ୍‌ ଆକ୍‌ଟ୍ରେସ୍‌ କିମ୍‌ ଶର୍ମାଙ୍କୁ ଡେଟ୍‌ କରୁଥିବା ସ୍ପଷ୍ଟ ଭାବେ କହିଛନ୍ତି। ସେ ଦୁହେଁ ସିରିଅସ୍‌ ଆଫେଆରରେ ଅଛନ୍ତି। ୨୦୧୯ରେ ହର୍ଷବର୍ଦ୍ଧନ କିମ୍‌ଙ୍କୁ ବାହା ହୋଇପାରନ୍ତି ବୋଲି କୁହାଯାଉଛି।

Comment