ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାପ ବିଷ ଲୋକଙ୍କ ଜୀବନ ନେଇଯାଇଥାଏ। ସେହିପରି ସାପ ଶରୀରର ବାକି ଅଂଶ ମଧ୍ୟ କୌଣସି ଔଷଧ ଠାରୁ କମ୍ ନୁହେଁ। ସାପ ବିଷରେ ମଧ୍ୟ ବହୁ ଔଷଧ ତିଆରି ହେଉଛି। କିନ୍ତୁ ଭିଏତନାମରେ ଲୋକମାନେ ସାପର ମାଂସ ଖାଇବା ପସନ୍ଦ କରନ୍ତି।

ଆଶ୍ଚର୍ଯ୍ୟ କଥା ଏଠାରେ ସାପ ରକ୍ତର ୱାଇନ୍ ମଧ୍ୟ ପିଆଯାଏ। ସାପ ବିଷକୁ ଚାଉଳ ସହ ତିଆରି ହୋଇଥିବା ମଦ ସହ ମଧ୍ୟ ବ୍ୟବହାର କରାଯାଏ। ସାପର ବିଷ ଖାଇଲେ ଗରମ ଦିନରେ କିଛି ଅସୁବିଧା ହୋଇନଥାଏ ବୋଲି  ଲୋକଙ୍କର ବିଶ୍ୱାସ।

ଏହା ସହ ସାପର ବିଷ ଖାଇଲେ ମୁଣ୍ଡ ବିନ୍ଧା ହୋଇନଥାଏ। ଏହି ରେସ୍ତୋରାଁରେ ସାପର ବିଭିନ୍ନ ମେନୁ ଅଛି। କେବେ ସାପକୁ ଫ୍ରାଏ କରି ଖାଆନ୍ତି ତ କେବେ ସାପ ମସଲା ତରକାରି ଖାଆନ୍ତି। ସାପଧରାଳିଙ୍କ ଅନୁସାରେ ସାପ ଖାଇବା ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ। ଏପରିକି ହଜମ ଶକ୍ତି ବଢ଼ିବା ସହ ଶରୀରର ହାଡ଼ ଶକ୍ତ ହୋଇଥାଏ କହିଛନ୍ତି।

Comment