,ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଧାରଣାରେ ବସିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ମଙ୍ଗଳବାର ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତିସାରା ଧାରଣାରେ ବସିଛନ୍ତି। କୋଲକାତା ମେଟ୍ରୋ ଷ୍ଟେସନ ସମ୍ମୁଖରେ ଦଳୀୟ ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ମମତା। କୋଲକାତା ପୋଲିସ କମିଶନରଙ୍କୁ ଜେରା କରିବାକୁ ଯାଇଥିବା ସିବିଆଇକୁ ବିରୋଧ କରି ମମତା ବାନାର୍ଜୀ ଧାରଣାରେ ବସିଛନ୍ତି।

ଧାରଣା ସ୍ଥଳରୁ ହିଁ ମମତା ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସିବିଆଇ ମୋଦି ସରକାରଙ୍କ କଥାରେ ପଶ୍ଚିମବଙ୍ଗ ପୋଲିସକୁ ହଇରାଣ କରୁଛନ୍ତି ବୋଲି ସେ କହିଛନ୍ତି।

ମମତାଙ୍କୁ ଅଧିକାଂଶ ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି। ଶରଦ ପାୱର, ମାୟାବତୀ, ଅରବିନ୍ଦ କେଜିରୱାଲ, ରାହୁଲ ଗାନ୍ଧି, ଅଖିଲେଶ ଯାଦବ, ତେଜସ୍ୱୀ ଯାଦବ ମମତାଙ୍କୁ ସମର୍ଥନ ଜଣାଇଛନ୍ତି।

ଗତ ରବିବାର ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତି ନେଇ କୋଲାକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ପାଇଁ ସିବିଆଇ ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ। ରାଜୀବ କୁମାରଙ୍କ ବାସଭବନରେ ପୋଲିସ ସିବିଆଇ ଟିମ୍‌କୁ ଅଟକାଇ ରଖିଥିଲା ।

ପରେ ପାଞ୍ଚ ଜଣିଆ ସିବିଆଇ ଟିମ୍‌କୁ ଗିରଫ କରିଥିଲା ପୋଲିସ୍‌। ପରବର୍ତ୍ତୀ ସମୟରେ ସିବିଆଇ ଟିମକୁ ଛାଡ଼ି ଦେଇଥିଲା ପୋଲିସ୍‌।

ଏହି ଘଟଣାରେ ରାଜୀବ କୁମାରଙ୍କୁ ସମର୍ଥନ କରି ସିବିଆଇ ବିରୋଧରେ ଧାରଣାରେ ବସିଛନ୍ତି ମମତା। ଅନ୍ୟପକ୍ଷରେ ମମତାଙ୍କ ଏଭଳି ଆଚରଣକୁ ସମାଲୋଚନ କରିଛନ୍ତି କେନ୍ଦ୍ର ସରକାର।

ତଦନ୍ତରେ ମମତା ସରକାର ସହଯୋଗ କରୁନଥବା ଅଭିଯୋଗ ହୋଇଛି। ସେ ସିବିଆଇ ତଦନ୍ତରେ ବାଧା ଦେଉଥିବାରୁ ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ମମତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।। ସେପଟେ ସୁପ୍ରିମକୋର୍ଟ ସିବିଆଇକୁ ରାଜୀବ କୁମାରଙ୍କ ବରୋଧରେ ପ୍ରମାଣ ମାଗିଛି। ମାମଲାର ଶୁଣାଣି ମଙ୍ଗଳବାର ହେବ।

Comment