ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଆଇର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ୧୯୮୩ ମସିହା ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ୍‌ ଅଫିସର ରିଷି କୁମାର ଶୁକ୍ଳା। ସେ ସୋମବାର ସକାଳେ ବିଧିବଦ୍ଧ ଭାବେ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି।

କାମଚଳା ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୁଇ ବର୍ଷ ପାଇଁ ସେ ଏହି ପଦରେ ରହିବେ।

ଗତ ଶନିବାର ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଚୟନ କମିଟି ବୈଠକ ବସିଥିଲା। ଏଥିରେ ଋଷି କୁମାର ଶୁକ୍ଳା ସିବିଆଇ ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଥିଲେ।

ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ହେବାପରେ ଶୁକ୍ଳାଙ୍କ ପାଇଁ ଅନେକ ଚାଲେଞ୍ଜ ରହିଛି। ଖାସକରି ପଶ୍ଚିମବଙ୍ଗ ବିବାଦ ସମାଧାନ କରିବା ତାଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହେବା

Comment