ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୧୯୪୭ ମସିହାରେ ନୟାଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ହରିହର। ଛାତ୍ର ଜୀବନରୁ ସେ ରାଜନୀତିରେ ଓହ୍ଲାଇଥିଲେ। କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ପଢ଼ିବାବେଳେ ୧୯୬୮ରୁ ୭୧ ମସିହା ଯାଏଁ ଛାତ୍ର ସଂସଦର ସଭାପତି ଥିଲେ। ୧୯୭୪ ମସିହାରେ ହରିହର ଷଷ୍ଠ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ୧୯୭୭ ମସିହାରେ ସପ୍ତମ ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ।

ଏହାପରେ ୧୯୮୦ ମସିହାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ହରିହର କରଣ ୨୦୧୩ ମସିହାରେ ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଥିଲେ। ଦଶପଲ୍ଲା ଆସନରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହରିହର କରଣ। ଦଶପଲ୍ଲା ଆସନରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହରିହର କରଣ। ତାଙ୍କ ମରଶରୀରର ଶେଷ ଦର୍ଶନ ପାଇଁ ଅନେକ ନେତା ଓ କର୍ମୀଙ୍କର ଭିଡ଼ ଜମିଛି।

Comment