ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ନୟାଗଡ଼ ପୋଲିସ ଥାନା ଆକ୍ରମଣ ମାମଲାରେ ସୋମବାର ସୁପ୍ରିମକୋର୍ଟ ମାଓନେତା ସବ୍ୟସାଚୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

୨୦୧୪ ମସିହା ଜୁଲାଇ ମାସରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ପରେ ଜାମିନ ଆବେଦନ ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସବ୍ୟସାଚୀ। ହାଇକୋର୍ଟ ଏହି ଜାମିନ ଆବେଦନକୁ ଖାରଜ କଲା ପରେ ହାଇକୋର୍ଟଙ୍କ ଶୁଣାଣିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

ବର୍ତ୍ତମାନ ସୁପ୍ରିମକୋର୍ଟ ମଧ୍ୟ ସବ୍ୟସାଚୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମଣ ଓ ଜଷ୍ଟିସ୍‌ ଦୀପକ ଗୁପ୍ତା ସୋମବାର ଏହି ଶୁଣାଣି କରି ଜାମିନ ଆବେଦନକୁ ଖାରଜ କରିଛନ୍ତି।

ସବ୍ୟସାଚୀଙ୍କ ଉପରେ ଲାଗିଥିବା କଛି ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। କିନ୍ତୁ ନୟାଗଡ଼ ପୋଲିସ ଥାନା ଆକ୍ରମଣ ମାମଲାରେ ଦେଶର ସବୋର୍ଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

Comment