ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖରେ ବିଶ୍ୱ କ୍ୟାନସର ଦିବସ ପାଳନ କରାଯାଇଥାଏ। ବିଶ୍ୱ କ୍ୟାନସର ଦିବସର ସ୍ଥାପନା ୟୁନିୟନ ଫର୍‌ ଇଣ୍ଟରନ୍ୟାସନାଲ କ୍ୟାନସର କଣ୍ଟ୍ରୋଲ ଦ୍ୱାରା କରାଯାଇଥିଲା।

ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ୍ୟାନସର ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଏବଂ କ୍ୟାନସରର ପ୍ରତିଶତ ହ୍ରାସ କରିବା। ପ୍ରତିବର୍ଷ ଏହି ଦିବସ ପାଳନ ପାଇଁ ଏକ ସ୍ୱତନ୍ତ୍ର ଥିମ୍‌ ରଖାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ‘ଆଇ ଆମ୍‌ ଆଣ୍ଡ ଆଇ ୱିଲ’ ରଖାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁସାରେ ୨୦୧୮ରେ ପାଖାପାଖି ୧୧ଲକ୍ଷ ନୂଆ କ୍ୟାନସର ରୋଗୀଙ୍କୁ ଚିହ୍ନିତ କରାଯାଇଛି। ଭାରତରେ ବର୍ଷକୁ ପ୍ରାୟ ୭ ଲକ୍ଷ ଲୋକ କ୍ୟାନସର ଯୋଗୁଁ ପ୍ରାଣ ହରାଇଥାନ୍ତି।

ଭାରତରେ ସର୍ବାଧିକ ୩ ପ୍ରକାର କ୍ୟାନ୍‌ସର ଦେଖାଯାଉଛି। ଯଥା ମୁଖ କ୍ୟାନସର, ଗର୍ଭାଶୟ କ୍ୟାନସର, ଓ ବ୍ରେଷ୍ଟ କ୍ୟାନସର।

ତେବେ ବିଶ୍ୱ କ୍ୟାନସର ଦିବସ ଏହି ମାରାତ୍ମକ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାବା ପାଇଁ ଓ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଜଣାଇବା ପାଇଁ ପାଳନ କରାଯାଇଥାଏ। ବିଭିନ୍ନ କ୍ୟାନସର ହସ୍ପିଟାଲରେ ମଧ୍ୟ ଏହି ଦିବସ ପାଳିତ ହୋଇଥାଏ।

Comment