ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଜୁ ଯୁବବାହିନୀ ପକ୍ଷରୁ ଜୟପୁରରେ ଅନୁଷ୍ଠିତ ହେବ ବିଜୁ ଯୁବ ସମାବେଶ। ଜୟପୁର ଏକମ୍ବା ପଡ଼ିଆରେ ଅପରାହ୍‌ଣ ୩ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ସମାବେଶରେ ସାମିଲ ହୋଇ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ।

ଏହି ସମାବେଶରେ ସାମିଲ ହେବେ ୨୦ରୁ ୨୫ ହଜାର ସ୍ୱେଚ୍ଛାସେବୀ। ବିଜୁ ଯୁବବାହିନୀର ଯେଉଁ ସଦସ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ‘ମୁ ହିରୋ’ ଭାବେ ସମ୍ବର୍ଦ୍ଧିତ କରାଯିବ।

ତେବେ ବିଜୁ ଯୁବବାହିନୀ ପକ୍ଷରୁ ଜାନୁଆରି ୨୪ରେ ବଲାଙ୍ଗିରରେ ଏହି ବିଜୁ ସମାବେଶ ଆରମ୍ଭ କରାଯାଇଥିଲା। ୧ ଫେବ୍ରୁଆରିରେ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିଲା। ଏହାପରେ କନ୍ଧମାଳ, ବାଲେଶ୍ୱର ଏବଂ ଭୁବନେଶ୍ୱରରେ ଯୁବ ସମାବେଶ ଅନୁଷ୍ଠିତ ହେବ।

Comment