ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଣିଷ ନିଜ ସଉକ ପାଇଁ କିଛି ବି କରିପାରେ। ସବୁଠାରୁ ବଡ଼ କଥା ହେଲା ସଉକ ପୁରା କରିବା ପାଇଁ ମଣିଷ ପାଖେ ସେତିକି ସମ୍ବଳ ମଧ୍ୟ ଥିବା ଆବଶ୍ୟକ। ନିଜ ସଉକ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି ନିଜ ଗାଡିର ନମ୍ବର ୩୧ ଲକ୍ଷ ଟଙ୍କାରେ କିଣିଛନ୍ତି। ଥିରୁଅନନ୍ତପୁରମ ଅଞ୍ଚଳର ଜଣେ ବ୍ୟକ୍ତି ନିଜର କାର Porsche 718 Boxster ର ନମ୍ବର ପ୍ଲେଟ ପାଇଁ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କାରର ରେଜିଷ୍ଟ୍ରେସନ ନମ୍ବର ହେଲା କେଜେ-୦୧ସିକେ-୧।

ଏହା ପୂର୍ବରୁ ସବୁଠାରୁ ଦାମୀ ନମ୍ବରର ରେକର୍ଡ ହରିୟାଣାର ମର୍ସିଡିସ ବେଞ୍ଜ ଏସ୍‌ କ୍ଲାସ ପାଖରେ ଥିଲା। ଏହି କାରର ନମ୍ବର ୨୬ ଲକ୍ଷ ଟଙ୍କାରେ କିଣା ଯାଇଥିଲା। ରେଜିଷ୍ଟ୍ରେସନ ନମ୍ବରର ନିଲାମୀ ଥିରୁଅନନ୍ତପୁରମର ଆରଟିଓ ଅଫିସର ଦ୍ୱାରା କରାଯାଇଥିଲା। ନିଲାମୀ ଆରମ୍ଭ ହୋଇଥିଲା ୫୦୦ ଟଙ୍କାରୁ। ବାଳଗୋପାଳ ନାମକ ଜଣେ ବ୍ୟକ୍ତି ୩୦ ଲକ୍ଷ ଟଙ୍କାରେ ଏହି ନମ୍ବର ଜିତିଥିଲେ।  ନିଲାମୀ ଚାଲିଥିବା ବେଳେ ପ୍ରତିଥର ୫ ଲକ୍ଷ ଟଙ୍କା ଲେଖାଏଁ ବଢି ବଢି ଚାଲିଥିଲା।

୨୦୧୭ ମସିହାରେ ମଧ୍ୟ ବାଳଗୋପାଳ ନିଜ ଟୟୋଟା ଲ୍ୟାଣ୍ଡ୍‌ କ୍ରୁଜର ପାଇଁ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସେତେବେଳେ ବାଳଗୋପାଳ କେଏଲ୍-୦୧ସିବି-୧ ରେଜିଷ୍ଟ୍ରେସନ ନମ୍ବର କିଣିଥିଲେ। ବାଳଗୋପାଳ ଦେବୀ ଫାର୍ମାର ମାଲିକ। ଦେବୀ ଫାର୍ମା ପ୍ରମୁଖ ଔଷଧ ବିତରଣ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ। ବାଳଗୋପାଳଙ୍କ ପାଖାରେ ଅନେକ ବିଳାସପୂର୍ଣ୍ଣ କାର ଅଛି। ବାଳଗୋପାଳ ଫ୍ୟାନ୍ସି ଗାଡି ନମ୍ବର ବହୁତ ପସନ୍ଦ କରନ୍ତି। ଏଥିପାଇଁ ତାଙ୍କୁ ଟଙ୍କା ଖର୍ଚ୍ଚ କରିବା ପାଇଁ ବାଧେ ନାହିଁ ବୋଲି କହିଛନ୍ତି ବାଳଗୋପାଳ।

Comment