ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗ ବିବାଦର ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପୋଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରାଯାଇପାରିବନି କହିଛନ୍ତି କୋର୍ଟ।

ପଶ୍ଚିମବଙ୍ଗ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।  ତେବେ ପୋଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରାଯାଇପାରିବନି ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।

ହେଲେ ସିବିଆଇରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୋଲିସ କମିଶନର ଚିଟଫଣ୍ଡ ଦୁର୍ନୀତି ତଦନ୍ତରେ ସିବିଆଇକୁ ସହଯୋଗ କରନ୍ତୁ କହିଛନ୍ତି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୦ରେ ହେବ।

ପୋଲିସ କମିଶନର ରାଜୀବ କୁମାର

ସୁପ୍ରିମକୋର୍ଟଙ୍କ ରାୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। “କୋର୍ଟରେ ଆମର ବିଜୟ ହୋଇଛି। ମୋଦି ନୁହେଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ବୋଲି କହିଛନ୍ତି” କହିଛନ୍ତି ମମତା।

ସେ ଆହୁରି କହିଛନ୍ତି ମୋଦିଙ୍କ ବିରୋଧରେ ନକହିବାକୁ ଧମକ ଦିଆଯାଉଛି। ସ୍ଵାଧୀନ ଭାବରେ କହିବାକୁ ଗଲେ ସିବିଆଇ ଭୟ ଦେଖାଉଛି, ମୋଦି ହଟାଓ ଦେଶ ବଞ୍ଚାଅ ନାରା ଦେଇଛନ୍ତି ମମତା।

 

Comment