ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗରେ ଚାଲିଥିବା ସିବିଆଇ ପୋଲିସ ବିବାଦର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ସିବିଆଇ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। କୋର୍ଟରେ ଆଜି ପୋଲିସ କମିଶନରଙ୍କ ବିରୋଧରେ ସିବିଆଇ ପ୍ରମାଣ ଦେବ ବୋଲି ସୂଚନା ମିଳିଛି।

କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଘରେ ସିବିଆଇର ଚଢ଼ଉ ଏବଂ ଏହାର ପ୍ରିତିବାଦ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣାକୁ ନେଇ ବିବାଦ ଉପୁଜିଛି। ଏହି ପ୍ରସଙ୍ଗରେ ରାଜନୀତି ଜୋର ଧରିଥିଲାବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ସୁପ୍ରିମକୋଟର୍ରେ ସିବିଆଇର ଅଗ୍ନି ପରୀକ୍ଷା। ସିବିଆଇ ରାଜୀବ କୁମାରଙ୍କ ବିରୋଧରେ ସଠିକ ପ୍ରମାଣ ଉପସ୍ଥାପନ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାରଦା ଓ ରୋଜଭେଲି ଚିଟଫଣ୍ଡ ଦୁର୍ନୀତି ମାମଲା ସମ୍ପର୍କିତ ତଥ୍ୟ ପ୍ରମାଣ ନଷ୍ଟ ଆଶଙ୍କା ନେଇ ସିବିଆଇ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ୨ଟି ଆବେଦନ କରିଥିଲା।

Comment