ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ାରେ ଫେବ୍ରୁଆରି ୪ରୁ ୭ ଦିନ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି।

ନୂଆପଡ଼ା ଜିଲ୍ଲା କୋମନାରେ ୩୦ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇ ଯାଇଛି। ଏହି ଅବସରରେ ନୂଆପଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ କୋମନାସ୍ଥିତ ଜିତାମିତ୍ର ହାଇସ୍କୁଲ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବେ କୋମନା ଡିଏସପି ସ୍ୱସ୍ତିକ ପଣ୍ଡା, ଆଇଆଇସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ଦୀପକ ଦାସ, ଶିକ୍ଷକ ଅଶୋକ ମିଶ୍ର, ପୂର୍ବତନ ସରପଞ୍ଚ ସଦନ ତିୱାରୀ ଓ ସମାଜସେବୀ ବୀରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ।

ଏହାପରେ ସଡ଼କ ସୁରକ୍ଷାର ସଚେତନ ନିମନ୍ତେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତୀଙ୍କୁ ନେଇ ହାଇସ୍କୁଲଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଏକ ପରିକ୍ରମା ହୋଇଥିଲା। ଏଥିରେ ଗାଡ଼ି ଚାଳକମାନଙ୍କୁ ସଚେତନତା ସ୍ୱରୂପ ଗାଡ଼ି ଚଲେଇବା ବେଳେ ମୋବାଇଲ ଫୋନ ବ୍ୟବହାର ନ କରିବା, ଗାଡ଼ି ଚଲେଇବା ସମୟରେ ହେଲମେଟ ପିନ୍ଧିବା ଓ ୧୮ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ ଗାଡ଼ି ଚଲେଇବାକୁ ନଦେବା ପାଇଁ ସଚେତନତା କରାଯାଇଥିଲା। ଏହି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

Comment