ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୨୨ ଓ ୨୩ରେ ଓଡ଼ିଶା ଆସିବେ ଆମିକସ କ୍ୟୁରି ରଞ୍ଜିତ କୁମାର। ମଙ୍ଗଳବାର ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିଲା। ଶୁଣାଣିରେ ସୁପ୍ରିମକୋର୍ଟ ଆମିକସ କ୍ୟୁରିସ ରଞ୍ଜିତ କୁମାରଙ୍କୁ ଶ୍ରୀମନ୍ଦିର ସଂସ୍କାର ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫେବ୍ରୁଆରି ୨୨ ଓ ୨୩ରେ ପୁରୀ ଯାଇ ଶ୍ରୀମନ୍ଦିର ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିବେ। ରଞ୍ଜିତ କୁମାର ପୁରୀ ଆସି ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ଗଜପତି ମହାରାଜା, ଶ୍ରୀମନ୍ଦିର ସେବାୟତ ତଥା ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ।

ଉକ୍ତ ରିପୋର୍ଟକୁ ଆସନ୍ତା ଫେବ୍ରୁଆରି ୨୭ରେ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ଏହି ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଗାମୀ ଶୁଣାଣି କରିବେ।

Comment