ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକ ଜୋରସୋରରେ ପ୍ରସ୍ତୁତି ଚଳାଇନ୍ତି। ନିର୍ବାଚନ ଦୃଷ୍ଟିରୁ ଓଡ଼ିଶା ସବୁ ରାଜନୈତିକ ଦଳଙ୍କ ଫୋକସ୍‌ରେ ରହିଛି। ତେଣୁ ଜାତୀୟ ଦଳଗୁଡ଼ିକର ହେବିୱେଟ ନେତାଙ୍କର ଓଡ଼ିଶାକୁ ସମାଗମ ଲାଗି ରହିଛି।

ତେବେ ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ଦୃଢ଼ କରିବା ପାଇଁ ବୁଧବାର ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧି।

ଭବାନିପାଟଣା ଏବଂ ରାଉରକେଲାରେ ଦୁଇଟି ସଭା କରି ରାହୁଲ ପଶ୍ଚିମ ଓଡ଼ିଶାର କଂଗ୍ରେସ କର୍ମକର୍ତ୍ତା ଏବଂ ନେତାଙ୍କ ମନୋବଳ ବୃଦ୍ଧି କରିବେ।

ରାହୁଲ ଗତ ଜାନୁଆରି ୨୫ରେ ଭୁବନେଶ୍ୱର ତମାଣ୍ଡୋରେ ଜନସଭାକୁ ଉଦବୋଧନ ଦେଇ ଉପକୂଳ ଓଡ଼ିଶା ଉପରେ ଫୋକସ କରିଥିଲେ। ଆଜିର ଗସ୍ତରେ ରାହୁଲ ପଶ୍ଚିମ ଓଡ଼ିଶାରେ ଉପରେ ନଜର ରଖିଛନ୍ତି।

Comment