ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି ଟାଉନରେ ଅର୍ଜୁନ କପୁର ଓ ମଲାଇକା ଅରୋଡାଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ଅନେକ ସମୟରେ ଫ୍ୟାନ ମାନେ ବି ଏମାନଙ୍କୁ ଏକାଠି ଦେଖିବାକୁ ଇଛା ପ୍ରକାଶ କରିଥାନ୍ତି।

ସୋସିଆଲ ମିଡିଆରେ ଆଜିକାଲି ଏମାନଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ସୋରରେ ଚାଲୁଥିବା ବେଳେ ଏମାନଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଏମାନେ କ୍ୟୁଟ୍‌ ଲାଗୁଛନ୍ତି।

ଏହି ଫଟୋରେ ମଲାଇକାଙ୍କ ଗର୍ଲସ୍‌ ଗ୍ୟାଙ୍ଗ ବି ନଜର ଆସିଛନ୍ତି। ମଲାଇକା ନିଜ ଫ୍ୟାନ୍‌ମାନଙ୍କ ସହିତ ପାର୍ଟି କରିଛନ୍ତି ଯେଉଁଥିରେ ସାମିଲ ହୋଇଥିଲେ ଅର୍ଜୁନ କପୁର।

ଗର୍ଲସ୍‌ ଗ୍ୟାଙ୍ଗରେ କରିସ୍ମା କପୁର, ନତାଶା, ସୀମା ଖାନ୍‌, ଅମୃତା ଅରୋଡା ଆଦି ନଜର ଆସିଛନ୍ତି। ଏହି ପାର୍ଟିରୁ ବାହାରିବା ବେଳେ ମଲାଇକାଙ୍କ ସହିତ ଅର୍ଜୁନଙ୍କୁ ସ୍ପଟ କରାଯାଇଥିଲା। ଅର୍ଜୁନ ଏଥିରେ ନିଜର ଆଗାମୀ ଫିଲ୍ମ ପାନୀପତ ଲୁକରେ ନଜର ଆସିଛନ୍ତି।

Comment