ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବୁଧବାର ଦିନ ଭବାନିପାଟଣା ଓ ରାଉରକେଲାରେ ଦୁଇଟି ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ରାହୁଲଙ୍କର ଏହା ଥିଲା ବର୍ଷ ଆରମ୍ଭ ପରେ ଦ୍ୱିତୀୟ ଗସ୍ତ। ଆସନ୍ତୁ ଦେଖିବା ରାହୁଲ କ’ଣ ସବୁ କହିଲେ?

୧. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କୁ ରାଫେଲ ସ୍କାମ ଦେଲେ, ମୁଁ ଆପଣଙ୍କୁ ପ୍ରତିଶ୍ରୁତ ଆୟ ଯୋଗାଇବି।
୨. ଅନେକ ବିଜୁ ଜନତା ଦଳ ନେତା ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ଅଛନ୍ତି।
୩. ଓଡ଼ିଶା ସରକାର ଏଠାରୁ  ଚାଲୁନି, ନରେନ୍ଦ୍ର ମୋଦି ରିମୋଟ କଣ୍ଟ୍ରୋଲ ଜରିଆରେ ନବୀନ ସରକାରକୁ ଚଳାଉଛନ୍ତି।
୪. କ୍ଷମତାକୁ ଆସିଲେ କଂଗ୍ରେସ ଦଳର ପ୍ରଥମ କାମ ହେବ ଓଡ଼ିଶାର ଲୋକଙ୍କୁ ଚାକିରି ଦେବା।
୫. ଆମ ସରକାର ଗରିବ ଲୋକମାନଙ୍କ ସରକାର ହେବ, ଆମ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ଉପରେ ଅଧିକ ଗୁରୁତ୍ୱ ଦେବେ।
୬. ଆମେ ଆଦିବାସୀ ବିଲ୍‌କୁ କାର୍ଯ୍ୟକ୍ଷମ କରାଇବୁ ଏବଂ ଓଡ଼ିଶାରେ ଏହା ଲାଗୁ କରାଇବୁ।
୭. ନବୀନ ପଟ୍ଟନାୟକ ଓଡ଼ିଶାର ଚାଷୀଙ୍କ ଋଣ କେବେବି ଛାଡ଼ କରିପାରିବେ? ନା, ପାରିବେନି।
୮. ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ କରିବେ ବୋଲି ମୋଦି ସଂକଳ୍ପ କରିଥିଲେ। କଲେକି? ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ହେଲା କି?
୯. ପନ୍ଦର ଲକ୍ଷ ଦେଇହେବ କି ନା କହିପାରିବିନି କିନ୍ତୁ ଆମେ କ୍ଷମତାକୁ ଆସିଲେ  ନ୍ୟୁନତମ ଆୟ ନିଶ୍ଚିତ ଯୋଗାଇ ଦିଆଯିବ। ପୃଥିବୀରେ କୌଣସି ଶକ୍ତି ନାହିଁ ଏଥିରେ ଆମକୁ ଅଟକାଇପାରିବେ।
୧୦.  ଇନ୍ଦିରା ଗାନ୍ଧି, ସୋନିଆ ଗାନ୍ଧି ଓ ମନମୋହନ ସିଂହ କଳାହାଣ୍ଡି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉଥିଲେ।

Comment