ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିପାତ ହୋଇଛନ୍ତି।

ଛତିଶଗଡ଼ରେ ଗୁରୁବାର ଏକ ବଡ଼ ଧରଣର ଏନକାଉଣ୍ଟରରେ ୧୦ ମାଓବାଦୀ ନିପାତ ହୋଇଛନ୍ତି। ଘଟଣା ଘଟିଛି ଛତିଶଗଡ଼ ବିଜାପୁର ଭୈରମପୁର ଜଙ୍ଗଲରେ। ଏସ୍‌ଟିଏଫ୍‌ ଓ ଡିଆଇଜି ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟରେ ୧୦ ମାଓବାଦୀ ଟଳି ପଡ଼ିଛନ୍ତି।

ଏହା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା। ଘଟଣାସ୍ଥଳରୁ ମୃତ ମାଓବାଦୀଙ୍କ ନିକଟରୁ ୧୧ଟି ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବିଜାପୁର ଏସ୍‌ପି ମୋହିତ ଗର୍ଗଙ୍କ ଏନେଇ ସୂଚନା ଦେଇଛନ୍ତି।

ଛତିଶଗଡ ବିଜାପୁରରେ ନକ୍ସଲମାନେ ଲୁଚିଥିବା ସୁରକ୍ଷାକର୍ମୀମାନେ କୌଣସୀ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଭୈରମଗଡ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ସେହି ସମୟରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସକୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର କଡା ଜବାବ ଦେଇଥିଲେ ସୁରକ୍ଷାକର୍ମୀ।

Comment