ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଜୁନାନୀ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

ଖଡ଼ିଆଳ ବ୍ଲକ ଉପରପିଟା ଗାଁର ୩୧ ଦାଦନ ଶ୍ରମିକ ହାଇଦ୍ରାବାଦ ଯିବା ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଏକ ମିନି ଟ୍ରକ ଯୋଗେ ଯାଉଥିଲେ। ହେଲେ ମିନିଟ୍ରକଟି ଭାରସାମ୍ୟ ହରାଇ ଜୁନାନୀ ଗାଁ ନିକଟରେ ଓଲଟି ଫଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ।

ଅନ୍ୟ ସମସ୍ତ ଶ୍ରମିକମାନେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଆହତଙ୍କୁ ଖଡ଼ିଆଳ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଖବରପାଇ ଖଡ଼ିଆଳ  ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଚଳାଇଛି।

Comment